କେନିୟାରେ ବନ୍ୟା ବୀଭିଷିକା, ୩୮ ଜଣଙ୍କ ମୃତ୍ୟୁ

ନାଏରୋବି: ଦୁବାଇ ପରେ ଏବେ କେନିୟାରେ ବନ୍ୟା ସ୍ଥିତି । ଏହି ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୩୮ ଜଣ ପ୍ରାଣ ହରାଇ ସାରିଲେଣି । ବିପଦସ୍ତର ଉପରେ କେନିୟାର ସ୍ଥିତି । ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଦଶ ହଜାର ଲୋକେ ବାସହୀନ ହୋଇସାରିଲେଣି । ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ କାରବାରରେ ବ୍ୟାଘାତ ଘଟିଛି ।
ବୁଧବାର ଦିନ ରାତିରେ ବର୍ଷା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ନିଖୋଜ ଅଛନ୍ତି । ରାସ୍ତାରେ ବନ୍ୟା ପାଣି ପ୍ରବେଶ କରିବା କାରଣରୁ କିଛି ଅଞ୍ଚଳ ସହରରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ରାଜଧାନୀରେ ଦକ୍ଷିଣରେ କିଣ୍ଟେଗାଲାର ମୁଖ୍ୟ ପୋଲରେ ଅଥି ନଦୀର ପାଣି ପଶିଯିବାରୁ କିନ୍ତେଗାଲାରେ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି ।
କେନିୟା ପାଣିପାଗ ବିଭାଗ ଅନୁସାରେ ଏଠାରେ ୨୪ ଘଣ୍ଟାରେ ୨୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।