ଆମ ବସ କର୍ମଚାରୀଙ୍କ ଦାଦାଗିରି: କଣ୍ଡକ୍ଟରଙ୍କ ମାଡ଼ରେ ଯାତ୍ରୀଙ୍କ ମୁଣ୍ଡ ଫାଟିଲା

ଆମ ବସ କର୍ମଚାରୀଙ୍କ ଦାଦାଗିରି । ଭୁବନେଶ୍ବର ୟୁନିଟ ୮ ମାର୍କେଟ ପାଖରେ ଥିବା ବସଷ୍ଟପର ଘଟଣା  । ଯାତ୍ରୀ ଜଣଙ୍କ ବସକୁ ଚଢ଼ୁଥିବା ବେଳେ ହୋଇଥିଲା ଯୁକ୍ତିତର୍କ। ବସ୍ ବାହାରକୁ ବାହାର କରି ଦେବା ସହିତ କଣ୍ଡକ୍ଟର ଜଣଙ୍କ ବାହାରକୁ ଆସି ଶକ୍ତ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଛି । ପୁଣି ରାସ୍ତା କଡରେ ତାର ଜାଲିରେ ପକାଇ ମାରିବାରୁ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତି । ସେପଟେ ବସ କଣ୍ଡକ୍ଟର କହିବାନୁସାରେ ଯାତ୍ରୀ ଜଣଙ୍କ ନିଶା ଖାଇଥିଲେ। ସେଥିପାଇଁ ସେ ତାଙ୍କୁ ମାରିଲେ। ସେପଟେ ଦିନକୁ ଦିନ ଆମ ବସର ଦାଦାଗିରି ବଢି ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସବୁଦିନ କିଛି ନା କିଛି ଘଟଣାରେ ଯାତ୍ରୀ ମାନଙ୍କ ସହିତ ସେମାନେ ଦୁର୍ବ୍ୟବହାର କରୁଛନ୍ତି । ଆଉ ଆଜି ଜଣକୁ ମାରି ମୁଣ୍ଡ ଫଟାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।