ଋଷ ପାଇଁ ବିପଦ ସାଜିଛି ଆମେରିକୀୟ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର

1 min read

କିଭ୍: ବେଳକୁ ବେଳ ତୀବ୍ର ହେବାରେ ଲାଗିଛି ଋଷ-ୟୁକ୍ରେନ ଯୁଦ୍ଧର ଘନଘଟା । ଅନେକ ଛୋଟବଡ ସହରରେ ଚାଲିଛି ଜୋରଦାର ଯୁଦ୍ଧ । ସେପଟେ କାନ୍ଧରେ ଧରି ନିକ୍ଷେପ କରାଯାଇ ପାରୁଥିବା ଆମେରିକୀୟ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଆଣ୍ଟି ଟ୍ୟାଙ୍କ ଜାଭେଲିନ ଋଷ ଲାଗି ଅଧିକ ବିପଦ ସୃଷ୍ଟି କରିଛି । ଏହି କ୍ଷେପଣାସ୍ତ୍ର ୟୁକ୍ରେନ ସୈନ୍ୟଙ୍କ ନିକଟରେ ପର୍ଯ୍ୟାପ୍ତ ମହଜୁଦ ରହିଛି ।

ତେବେ ବର୍ତ୍ତମାନ ସୁଦ୍ଧା ଏହି କ୍ଷେପଣାସ୍ତ୍ର ଜରିଆରେ ୨୮୦ରୁ ଅଧିକ ଋଷୀୟ ଟ୍ୟାଙ୍କ ଧ୍ୱଂସ କରାଯାଇଥିବା ଦାବି କରିଛି ୟୁକ୍ରେନ । ସେହିପରି ୟୁକ୍ରେନ ସୈନ୍ୟଙ୍କ ନିକଟରେ ଆମେରିକା ନିର୍ମିତ ବିମାନ ବିଧ୍ୱଂସୀ ଷ୍ଟିଞ୍ଜର ମିସାଇଲ ରହିଥିବାରୁ ଅନେକ ଯୁଦ୍ଧ ବିମାନକୁ ଖସାଇବା ସହଜ ହୋଇଛି । ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଋଷ ସୈନ୍ୟ ପ୍ରାଣ ହରାଇଥିବା ଦାବି କରିଛି ୟୁକ୍ରେନ ।

Russia Ukraine War One Indian Student Dead In Kharkiv

ଋଷର ୩୩ଟି ଯୁଦ୍ଧ ବିମାନ, ୩୭ଟି ହେଲିକପ୍ଟର, ୧୦୫ଟି କମାଣ, ୯୩୯ ସାଞ୍ଜୁଆ ଗାଡ଼ି, ୬୦ଟି ଇନ୍ଧନ ଟ୍ୟାଙ୍କ, ୩ଟି ମାନବ ବିହୀନ ବିମାନ, ୧୮ଟି ବିମାନ ବିଧ୍ୱଂସୀ ତୋପକୁ ଧ୍ୱଂସ କରାଯାଇଥିବା ୟୁକ୍ରେନ କହିଛି । ଯୁଦ୍ଧରେ ଏଯାଏ ୧୨ ଲକ୍ଷ ଲୋକ ୟୁକ୍ରେନ ଛାଡି ପଡୋଶୀ ରାଷ୍ଟ୍ରକୁ ଚାଲିଯାଇଥିବା କହିଛି ଜାତିସଂଘ ।

Leave a Reply