ଭାରତୀୟ ଅଣ୍ଡର-୧୮ ମହିଳା ରଗବୀ ଟିମରେ ୩ ଓଡ଼ିଆ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
1 min readଭୁବନେଶ୍ୱର: ଆସନ୍ତା ୧୮ ଓ ୧୯ ଦୁଇଦିନ ଧରି ଉଜବେକିସ୍ତାନରେ ଅନୁଷ୍ଠିତ ହେବ ରଗବୀ ସେଭେନ୍ସ ଚାମ୍ପିଅନସିପ୍-୨୦୨୧ । ଭାରତୀୟ ଜୁନିଅର ଗର୍ଲ୍ସ ରଗବୀ ସ୍କ୍ୱାଡ୍ ଏସିଆ ରଗବୀ ଅଣ୍ଡର ୧୮ ମହିଳାରେ ଭାଗ ନେବ । ୧୪ ଜଣିଆ ମହିଳା ଦଳ ସହ ୫ଜଣ ଅଫିସିଆଲ୍ ମଙ୍ଗଳବାର ତାସକେଣ୍ଟ ଯିବେ ।
Congratulate rugby players from #Odisha: Tarulata Naik, Mama Nayak and Nirmalya Rout on being selected to represent #India in the Asia Rugby U18 Girls #Rugby7s Championship 2021 to be held in Uzbekistan. Best wishes to the team. #OdishaForSports https://t.co/aF5j0uQ1WW
— Naveen Patnaik (@Naveen_Odisha) September 14, 2021
ଏହି ଦଳରେ ଓଡ଼ିଶାର ୩ ଜଣ ଝିଅ ସ୍ଥାନ ପାଇଥିଲେ । ତରୁଲତା ନାଏକ, ମାମା ନାୟକ ଓ ନିର୍ମଳା ରାଉତ ସ୍ଥାନ ପାଇଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସରକାର ଓ କିଟ୍ ମିଳିତ ଭାବେ ଭାରତୀୟ ରଗବୀ ଦଳର ପ୍ରାୟୋଜକ ଅଛନ୍ତି ।
୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୫୪ ଜଣ ଝିଅଙ୍କୁ ସର୍ଟ ଲିଷ୍ଟ କରାଯାଇଥିଲା । ସେମାନଙ୍କୁ ନେଇ ଅଗଷ୍ଟ ୧୪ରୁ ସେପ୍ଟେମ୍ବର ୧୩ ଯାଏଁ କିଟ୍ ଭୁବନେଶ୍ୱରରେ ଜାତୀୟ ଟ୍ରେନିଂ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା ।