ଯାଜପୁରରେ ମଉଳୁଛି ପଦ୍ମ, ଦଳ ଛାଡ଼ିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ୩ ନେତା

3 Leader Including BJP State Executive Member Left Party

ଯାଜପୁର: ରାଜ୍ୟ ବିଜେପିକୁ ବଡ଼ ଧକ୍କା । ଯାଜପୁରରେ ଭାଙ୍ଗୁଛି ବିଜେପି ଗଡ଼ । ବିଜେପି ଛାଡ଼ିଲେ ବରିଷ୍ଠ ନେତା ବିଶ୍ୱରଞ୍ଜନ ମଲ୍ଲିକ । ସେ ଅନେକ ଦିନ ଧରି ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ବିଶ୍ୱରଞ୍ଜନ ତାଙ୍କ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି । ବିଶ୍ୱରଞ୍ଜନଙ୍କ ସହ ଆଉ ୩ ନେତା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

3 Leader Including BJP State Executive Member Left Party

୨୦୧୯ ବିଧାନସଭା ନିର୍ବାଚନରେ ବରୀ ଆସନରୁ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିଥିଲେ ବିଶ୍ୱରଞ୍ଜନ ମଲ୍ଲିକ । ବିଶ୍ୱଙ୍କ ସହ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ବରୀ ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହା ସହ ବରୀ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ସାମଲ ବି ଇସ୍ତଫା ଦେଇଛନ୍ତି । କିଛି ଦିନ ପୂର୍ବରୁ ଯାଜପୁର ଜିଲ୍ଲାର ୬ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡ଼ିଥିଲେ । ଆଗକୁ ଆହୁରି କିଛି ନେତା ଦଳ ଛାଡିବାର ଆଭାସ ମିଳୁଛି ।

Leave a Reply