କମ୍ବଳ ବିତରଣ ବେଳେ ଦଳାଚକଟା, ୩ ମୃତ

କୋଲକାତା: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କମ୍ବଳ ବିତରଣ ବେଳେ ଦଳାଚକଟା । ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ରୁ ଅଧିକ ଆହତ ହୋଇଛନ୍ତି । ପଶ୍ଚିମ ବଙ୍ଗର ଆସନସୋଲ ଜିଲ୍ଲାସ୍ଥିତ ଉତ୍ତର ବିଧାନସଭା ଅଞ୍ଚଳର ରାମକୃଷ୍ଣ ଡଙ୍ଗାଲରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏକ ଜନ ସଭା କରିଥିଲେ । ସେହି ସଭାରେ ସେ ଯୋଗଦେଇ ଚାଲିଯିବା ପରେ ସେଠାରେ କମ୍ବଳ ବଣ୍ଟନ ଆରମ୍ଭ ହୋଇଥିଲା ।

ମାତ୍ର କମ୍ବଳ ନେବାକୁ ଲୋକେ ଭିଡ ଜମାଇବାରୁ ଦଳାଚକଟା ହୋଇଥିଲା। ଘଟଣାସ୍ଥଳରେ ଜଣେ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଆସନସୋଲ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସର ତଦନ୍ତ ଜାରି ରହିଥିବାବେଳେ ଏହାକୁ ନେଇ ବିଜେପି ଉପରେ ବର୍ଷିଛି ତୃଣମୂଳ କଂଗ୍ରେସ।