ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ, ଦିଲ୍ଲୀ ହିଂସାକୁ ନେଇ ଅକଳରେ ସରକାର

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ ୨୦୨୦ର ଦ୍ୱିତୀୟ ପର୍ଯ୍ୟାୟ । ଦିଲ୍ଲୀ ହିଂସାକୁ ନେଇ ଆଜି ଲୋକସଭା ଓ ରାଜ୍ୟସଭା ଗୃହ ସରଗରମ ହେବ । ସରକାରଙ୍କୁ ଘେରିବାକୁ ବିରୋଧୀ ପୁରା ପ୍ରସ୍ତୁତ । ଦିଲ୍ଲୀ ହିଂସାକୁ ଆୟତ୍ତ କରିବାରେ ସରକାର ବିଫଳ ହୋଇଥିବାରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିପାରେ କଂଗ୍ରେସ । ଏନେଇ କଂଗ୍ରେସ ରବିବାର ଏକ ବୈଠକ କରିଥିବା ଜଣାପଡ଼ିଛି ।ଦିଲ୍ଲୀ ପ୍ରସଙ୍ଗରେ ସବୁ ବିରୋଧୀ ଦଳ ଏକଜୁଟ ହେବେ ବୋଲି କଂଗ୍ରେସ କହିଛି । ଏଥିସହ ସିଏଏ, ଏନଆରସି ଓ ଦରବୃଦ୍ଧି ପ୍ରସଙ୍ଗରେ ମଧ୍ୟ ମୋଦୀ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ।