ଦଶନ୍ଧିରେ ଭୟଙ୍କର ରେଳ ଦୁର୍ଘଟଣା, ୨୯ ମୃତ ଜଳିଗଲା ୨ଟି ବଗି

ଏଥେନ୍ସ: ଗ୍ରୀସ୍‌ରେ ୨ଟି ଟ୍ରେନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା । ମାଲବାହୀ ଟ୍ରେନ ଓ ଯାତ୍ରୀବାହୀ ଟ୍ରେନ ଧକ୍କା ଯୋଗୁ ୨୯ ଜଣଙ୍କ ମୃତ୍ୟୁ ହୋଇଛି । ପାଖାପାଖି ୮୫ ଜଣ ଆହତ ହୋଇଛନ୍ତି । ଦଶନ୍ଧି ପରେ ଗ୍ରୀସରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି  । ଦୁର୍ଘଟଣା ପରେ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗି ଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସମାନ ରେଳ ଧାରଣାରେ ଦୁଇଟି ଟ୍ରେନ ଆସିଯିବାରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିଲା  ।

ସେଣ୍ଟ୍ରାଲ ଗ୍ରୀସର ଲାରିସା ନିକଟରେ ଦୁର୍ଘଟଣା ଘଟିଥିବା ବେଳେ ପ୍ରାୟ ୨୫୦ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାତିରେ ଦୁର୍ଘଟଣା ଘଟିଥିବାରୁ ଅନ୍ଧାର ଉଦ୍ଧାର କାର୍ଯ୍ୟରେ ବାଧା ସାଜିଛି । ଦୁର୍ଘଟଣାସ୍ଥଳରେ ପ୍ରାୟ ୧୫୦ ଅଗ୍ନିଶମ କର୍ମଚାରୀ , ୧୭ଟି ଗାଡ଼ି ଓ ୨୦ଟି ଆମ୍ବୁଲାନ୍‌ସ୍‌ ମୁତୟନ କରାଯାଇଛି।