୫ ହଜାର ମୁହାଁ ଭୁବନେଶ୍ୱରରେ ସଂକ୍ରମଣ, ଗତ ୨୪ ଘଣ୍ଟାରେ ୨୩୭ ଆକ୍ରାନ୍ତ ଚିହ୍ନଟ

1 min read
BMC Reports Fresh 267 Covid Cases In Last 24 Hours

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୧୯୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୭୪ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ଟପିଛି । ସଂକ୍ରମଣ ବଢ଼ି ଚାଲିଥିବା ବେଳେ ରାଜଧାନୀରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜଧାନୀରୁ ୨୩୭ ଜଣ କରୋନା ଆକ୍ରାନ୍ତି ଚିହ୍ନଟ ହୋଇଥିବା ନେଇ ବିଏମସି ସୂଚନା ଦେଇଛି ।

୧୩୨ଟି କ୍ୱାରେଣ୍ଟାଇନ୍ କେସ୍ ଚିହ୍ନଟ ହୋଇଥିବା ବେଳେ ୧୦୫ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । ସେହିଭଳି ରାଜଧାନୀରେ ଗତ ୨୪ ଘଣ୍ଟାରେ ୧୦୧ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି । ତେବେ, ରାଜଧାନୀରେ ଟେଷ୍ଟିଂକୁ ବ୍ୟାପକ କରାଯାଇଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା କୁହାଯାଉଛି । ସ୍ଥାନୀୟ ସଂକ୍ରମଣ ମଧ୍ୟରେ ୟୁନିଟ୍-୮, ବମିଖାଲ, ଚନ୍ଦ୍ର୍ରଶେଖରପୁର ବିଡିଏ କଲୋନୀରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ୟୁନିଟ୍-୬, ୟୁନିଟ୍-୧ ଓ ଅନ୍ୟ ଜିଲ୍ଲାରୁ ଆସିଥିବା ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କ୍ୱାରେଣ୍ଟାଇନ୍ କେସ୍ ମଧ୍ୟରୁ ଚିନ୍ତାମଣିଶ୍ୱର ଅଞ୍ଚଳରୁ ୪ଜଣ, ଗୌରୀଧାମରୁ ୪ଜଣ, ଗଙ୍ଗନଗରରୁ ୫ଜଣ, ଏକ ଘରୋଇ ହସ୍ପିଟାଲରୁ ୬ଜଣ, ସାଲିଆ ସାହି ଓ ସହିଦନଗର ସୁକ ବିହାରରୁ ୫ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ଼ ବ୍ରିଟ୍ କଲୋନୀ ଓ ଫରେଷ୍ଟ ପାର୍କ ଜିନ୍ଦଲ ଅଫିସ୍ ନିକଟରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ଏବେ ୧୫୫୧ଟି ସକ୍ରିୟ ସଂକ୍ରମିତ ମାମଲା ରହିଥିବା ବେଳେ ୩୦୧୫ ଜଣ ସୁସ୍ଥ ହୋଇ ସାରିଲେଣି । ମୋଟ ୪୫୯୫ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୩ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply