ସୁକୁମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ

ନନ୍ଦିଘୋଷ ବ୍ୟୁରୋ: ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା । ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି । ସିଆରପିଏଆ ଡିଆଇଜି ଆନନ୍ଦ ସିଂହ ରାଜପୁରୋହିତଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୁଣ୍ଡରେ ୮ ଲକ୍ଷ ଟଙ୍କା ପୁରସ୍କାର ଥିଲା । ସେହିପରି ଅନ୍ୟ ଦୁଇ ଜଣଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା ।
ସରକାରଙ୍କ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ନକ୍ସଲ ଆତ୍ମସମର୍ପଣ କରୁଛନ୍ତି । ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନେ ମୁଖ୍ୟଧାରାରେ ସାମିଲ ହୋଇ ସମାଜ ପାଇଁ ଭଲ କରିବେ ବୋଲି ସିଆରପିଏଫ୍ ଡିଆଇଜି କହିଛନ୍ତି । ଆତ୍ମସମର୍ପଣ କରିଥିବା କିଛି ନକ୍ସଲ ଓଡ଼ିଆ ନୂଆପଡ଼ା ଡିଭିଜନରେ ବି କାମ କରୁଥିଲେ ।