ବଡ଼ ଭଉଣୀ ତାଗିଦ କରିବାରୁ ସାନ ଭଉଣୀ କଲା ଏମିତି କାମ

1 min read

ବିଜନୋର୍ :  ଷ୍ଟାଇଲିଶ ଡ୍ରେସ୍ ପିନ୍ଧିବାକୁ ବଡ଼ ଭଉଣୀ ବାରଣ କରିବାରୁ ସାନ ଭଉଣୀ ପିଇଦେଲା ବିଷ । ଏମିତି ଏକ ଘଟଣା ଘଟିଛି  ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାରେ । ଝିଅଟିର ନାଁ ନନ୍ଦିନୀ । ସେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି  ।

ମଙ୍ଗଳବାର ରାତିରେ ମଲକପୁର ଗାଁ ରେ ଏ ଘରଣା ଘଟିଛି  ।

ନନ୍ଦିନୀଙ୍କ ଏକ ସମ୍ପର୍କୀୟଙ୍କ କହିବା କଥା ହେଉଛି, ନନ୍ଦୀନି ତିନି ଭଉଣୀଙ୍କ ମଧ୍ୟରୁ ସବା ସାନ ଭଉଣୀ ଥିଲେ । ସବୁ ଭଉଣୀ ସାଙ୍ଗ ହେଇ ଗାଁ ରେ ସିଲେଇ କାମ କରନ୍ତି ।  କିଛି ଦିନ ହେବ ନନ୍ଦିନୀ ଫେସନ୍ ଡ୍ରେସ୍ ପିନ୍ଧିଆସୁଥିଲେ  । ତେବେ ନନ୍ଦିନୀର ଫେସନ୍ ଡ୍ରେସ୍ ପିନ୍ଧିବାକୁ ଗାଁ ର କିଛି ଲୋକ ପସନ୍ଦ ନ କରି ତାଙ୍କ ବଡ ଭଉଣୀଙ୍କୁ କହିଥିଲେ  ।

ବାହାର ଲୋକଙ୍କଠାରୁ ଘର କଥା ଶୁଣିବା ପରେ ସେହି ରାତିରେ ନନ୍ଦିନୀଙ୍କ ବଡ଼ ଭଉଣୀ ତାଙ୍କୁ ତାଗିଦ୍ କରି କାଇଁ ଏମିତି ଡ୍ରେସ୍ ପିନ୍ଧୁଛୁ ବୋଲି କହିଥିଲେ । ଏହି ଘଟଣା ପରେ  ଦୁଇ ଭଉଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଏତେ ବଢ଼ିଯାଇଥିଲା ଯେ, ନନ୍ଦିନୀ ରାଗିଯାଇ ବିଷ ପିଇଦେଇ ଥିଲେ । ହସ୍ପିଟାଲରେ ଚିକିତ୍ସା ପରେ ଏବେ ସେ ବିପଦମୁକ୍ତ ଅଛନ୍ତି  । ')}

Leave a Reply