ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପରେ ୨୦୦୦ ଲୋକଙ୍କର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ପୁଣିଥରେ ଥରି ଉଠିଲା ଆଫଗାନିସ୍ତାନ । ଏକ ଭୟଙ୍କର ଭୂକମ୍ପ ଆଫଗାନିସ୍ତାନରେ ବ୍ୟାପକ ଧ୍ୱଂସ ଘଟାଇଛି । ତାଲିବାନ ମୁଖପାତ୍ର କହିଛନ୍ତି ଯେ, ଆଫଗାନିସ୍ତାନର ପଶ୍ଚିମରେ ଏକ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୨୦୦୦ ଲୋକଙ୍କର ମୃତ୍ୟୁଘଟିଛ । ଆଖି ପିଛୁଳାକେ ଛାରଖାର ହୋଇଗଲା ଆଫଗାନିସ୍ତାନ । କେହି କିଛି ଭାବିବା ପୂର୍ବରୁ ମୃତ୍ୟୁର ତାଣ୍ଡବ ରଚିଲା ଭୟଙ୍କର ଭୁକମ୍ପ । କୁଢ କୁଢ ହୋଇଗଲା ଶବ । କିଏ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲା ତ କେହି ବଞ୍ଚାଇବା ପାଇଁ । ବାପା ଆଗରେ ଛୁଆର ମୃତ୍ୟୁ ହେଉଥିଲା ତ ଛୁଆ ସାମ୍ନାରେ ମା’ର ମୃତ୍ୟୁ ହେଉଥିଲା । ଗତ କିଛି ଦିନ ପୂର୍ବରୁ ଆଫଗାନିସ୍ତାନରେ ହୋଇଥିଲା ଭୁକମ୍ପ । ପୁଣିଥରେ ଏକ ବଡ଼ ଭୂକମ୍ପ ଆଫଗାନିସ୍ତାନର ମେରୁଦଣ୍ଡକୁ ଦୋହଲାଇଦେଇଛି ।  ବ୍ୟାପକ ଧ୍ୱଂସ ଘଟାଇଛି ୨୦୦୦ ଲୋକଙ୍କର ଜୀବନ ନେଇଛି ।Afghanistan Gets Aid as Earthquake Aftershocks Continue | News | teleSUR English

ପଶ୍ଚିମ ଆଫଗାନିସ୍ତାନର ଇରାନ ସୀମା ନିକଟରେ ଘଟିଥିବା ଏହି ଶକ୍ତିଶାଳୀ ଭୂକମ୍ପ ପରେ ବହୁ ସଂଖ୍ୟକ ଲୋକ ମଧ୍ୟ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରହିଛି | ଏହି ଭୂକମ୍ପ ହେରାଟ ସହରଠାରୁ ପ୍ରାୟ ୪୪୦ କିଲୋମିଟର ଦୂରରେ ଥିବା ଅନେକ ଗ୍ରାମକୁ ଧ୍ୱଂସ କରିଦେଇଛି । ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି ଏବଂ ଲୋକମାନେ ଏବେ ମଧ୍ୟ ଆବର୍ଜନାରେ ଫସି ରହିଛହିନ୍ତି । ଲୋକମାନେ ଅତି କମରେ ତିନୋଟି ଶକ୍ତିଶାଳୀ କମ୍ପନ ଅନୁଭବ କରିଥିଲେ | ବଞ୍ଚିଯାଇଥିବା ଲୋକମାନେ ଭୟଙ୍କର ଦୃଶ୍ୟକୁ ବର୍ଣ୍ଣନା କରିଥିଲେ । ଯେହେତୁ ଅଫିସ୍ କୋଠାଗୁଡ଼ିକ ପ୍ରଥମେ ଥରି ଉଠିଲା – ଏବଂ ପରେ ସେମାନଙ୍କ ଚାରିପାଖରେ ଭୁଶୁଡ଼ିବା ଆରମ୍ଭ କରିଥିଲା |