spot_img

Latest Posts

ମନ୍ତ୍ରୀଙ୍କ ପିଏସଙ୍କ ଘରୋଇ ସହାୟକ ଘରେ ଇଡି ରେଡ୍‌, ନଗଦ ୨୦ କୋଟି ଟଙ୍କା ଜବତ

ରାଞ୍ଚି: ଲୋକସଭା ନିର୍ବାଚନ ସମୟରେ ଝାଡଖଣ୍ଡରେ ଇଡିର ବଡ ରେଡ୍‌  । ରାଞ୍ଚିରେ ଇଡି ଅନେକ ସ୍ଥାନରେ ଚଢାଉ କରୁଛି। ଝାଡଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମଙ୍କ ପିଏସ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏହି ଚଢାଉରେ ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଛି  । ତଦନ୍ତକାରୀ ଟିମ ଆହୁରି ଟଙ୍କାଗଣା ମେସିନ ମଗାଇଛି  । ଇଡି ଏବେବି ଜବତ ଟଙ୍କା ଗଣୁଛି  ।

ଇଡି ଅଧିକାରୀଙ୍କ ଦ୍ବାରା ରିଲିଜ୍ ହୋଇଥିବା ଭିଡିଓରେ ନୋଟଗୁଡିକ କିପରି ଘରେ ଠୁଳ କରାଯାଇଛି ତାହା ଦେଖିବାକୁ ମିଳିଛି। ନୋଟ୍ ଗୁଡ଼ିକୁ ବ୍ୟାଗ, ସୁଟକେସ୍ ଏବଂ ପଲିଥିନରେ ରଖାଯାଇଥିଲା  । ଅଧିକାରୀମାନେ ଘରର ପ୍ରତ୍ୟେକ କୋଣ ଅନୁକୋଣରେ ଖୋଜୁଛନ୍ତି।

ଇଡି ଗତ ଫେବୃଆରୀ ୨୦୨୩ରେ ଅର୍ଥ ହେରଫେର ମାମଲାରେ ଝାଡଖଣ୍ଡ ଗ୍ରାମୀଣ ବିକାଶ ବିଭାଗ ମୁଖ୍ୟ ବୀରେନ୍ଦ୍ର ରାମଙ୍କୁ ଗିରଫ କରିଥିଲା  । ସେତେବେଳେ ଏହି ଟଙ୍କା ମନ୍ତ୍ରୀ ଆଲମଗିରି ଆଲମଙ୍କ ହୋଇଥିବା ଅଭିଯୋଗ ହୋଇଥିଲା  ।

PMLA ଅଧୀନରେ ପ୍ରାୟ ୧୨ ସ୍ଥାନରେ ଚଢାଉ କରାଯାଇଛି। ନିଲମ୍ବିତ ମୁଖ୍ୟ ଯନ୍ତ୍ରୀ ବିରେନ୍ଦ୍ର ରାମଙ୍କ ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ଘରେ ମଧ୍ୟ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Latest Posts

Don't Miss