ବଜ୍ରାଘାତରେ ଚାଲିଗଲା ୨ ଜୀବନ

ବାଲେଶ୍ୱର/ବଲାଙ୍ଗୀର: ରାଜ୍ୟର ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ । ବାଲେଶ୍ୱରରେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଔପଦା ବ୍ଳକ୍ ବାଲିମୁଣ୍ଡଳି ଗାଁର ମହିଳା ଜଣଙ୍କ ବିଲରେ କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ଏଥିରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ସାଲଗେ ମୁର୍ମୁ । ସେହିଭଳି ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପିପୁଟ ଗାଁର ଧନୁ ରଣା ବୋଲି ଜଣାପଡ଼ିଛି । ଜମିକୁ ହଳ କରିବାକୁ ଯାଉଥିବା ବେଳେ ଅଘଟଣ ଘଟିଥିବା ସୂଚନା ।