ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ବିସ୍ଫୋରଣ, ୫ ଯବାନ ଶହୀଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ରାଜୌରୀରେ ବିସ୍ଫୋରଣ । ସର୍ଚ୍ଚ ଅପରେସନ ବେଳେ ଘଟିଛି ଆତଙ୍କବାଦୀ ବିସ୍ଫୋରଣ । ବିସ୍ଫୋରଣରେ 5 ଯବାନ ସହିଦ ହୋଇଛନ୍ତି । ରାଜୌରୀ ସେକ୍ଟରର କାଣ୍ଡି ଅଞ୍ଚଳରେ ବିସ୍ଫୋରଣ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଗତ ମଙ୍ଗଳବାର ଜାମ୍ମୁ ଅଞ୍ଚଳର ଭାଟା ଧୁରିଆନ ଅନ୍ତର୍ଗତ ତୋଟାଗଳି ଏରିଆରେ ଆତଙ୍କବାଦୀ ହମଲା ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଥିଲା ସେନା । ଗୁଇନ୍ଦା ତଥ୍ୟକୁ ଆଧାର କରି ସର୍ଚ୍ଚ ଅପରେସନ ବେଳେ ଏହି ବିସ୍ଫୋରଣ ଘଟିଥିଲା । ଯବାନ ଓ ଆତଙ୍କୀଙ୍କ ମଧ୍ୟରେ ଆଜି ଗୁଳିବିନିମୟ ବି ଘଟିଥିଲା । ଆହତମାନଙ୍କୁ ଉଦ୍ଧମପୁରର କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅତିରିକ୍ତ ଯବାନଙ୍କୁ ମୁତୟନ କରାଯାଇଛି ।