ଘରକୁ ଫେରୁଥିବା ବେଳେ ଅଜା, ନାତିଙ୍କ ଉପରେ ମାଡ଼ିଗଲା ଚାଉଳ ଗାଡ଼ି
1 min read
ଆନନ୍ଦପୁର: ଏନ୍ଏଚ୍-୨୦ ବରପଦା ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଚାଉଳ ବୋଝେଇ ଗାଡ଼ି ଧକ୍କାରେ ଚାଲିଗଲା ଅଜା, ନାତିଙ୍କ ପ୍ରାଣ । ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି । ସୂଚନା ଅନୁଯାୟୀ ରାମଚନ୍ଦ୍ରପୁର ଥାନା ହରିପୁର ଗାଁର କୀର୍ତ୍ତନ ନାଥ ନାତି କେଶବଙ୍କ ସହିତ ବାଇକରେ କେନ୍ଦୁଝରରୁ ଘରକୁ ଫେରୁଥିଲେ । ଘରଠାରୁ ୫ କିଲୋମିଟର ଦୂରରେ ବରପଦା ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଏକ ଚାଉଳ ବୋଝେଇ ଗାଡ଼ି ସହ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅଜା ଓ ନାତିଙ୍କୁ ଗୁରୁସ୍ତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ରାମଚନ୍ଦ୍ରପୁର ଥାନା ପୋଲିସ ଚାଉଲ ଗାଡ଼ିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି । ଆନନ୍ଦପୁର ମେଡିକାଲରେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି ।