ଚାଟ୍ ଖାଇ ପୁଅ ଝିଅ ମୃତ, ବାପା ମା’ ଗୁରୁତର

ବଡ଼ମ୍ବା: ଚାଟ୍‌ ଖାଇ ସଙ୍କଟରେ ଏକ ପରିବାର । ପୁଅଝିଅ ମୃତ, ବାପାମାଆ ଗୁରୁତର । କଟକ ଜିଲ୍ଲା ବଡ଼ମ୍ବା ଥାନା ଅଭିମାନପୁର ପଞ୍ଚାୟତର ବୀରବରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗୋବିନ୍ଦ ପାତ୍ରଙ୍କ ଘରେ ପ୍ରସ୍ତୁତ ହୋଇଥିବା ଚାଟ୍ ଖାଇ ଗୋବିନ୍ଦ, ତାଙ୍କ ସ୍ତ୍ରୀ, ୧୨ ବର୍ଷର ଝିଅ ଓ ୮ ବର୍ଷର ପୁଅ ଗୁରୁତର ହୋଇପଡ଼ିଥିଲେ ।

ସ୍ଥାନୀୟ ଲୋକମାନେ ସେମାନଙ୍କୁ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ପୁଅଝିଅଙ୍କର ମୃତ୍ୟୁ ହୋଇଛି । ବାପା ଗୋବିନ୍ଦ ଓ ମାଆ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପକ୍ଷରେ ପୋଲିସ ତଦନ୍ତ ଆରମ୍ଭ କରିଛି ।