ଗାଧୋଇବା ବେଳେ ନଦୀରେ ବୁଡ଼ି ଦୁଇ ଯୁବକ ମୃତ

ଯାଜପୁର: ଯାଜପୁର ବଡ଼ଚଣା ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ ଦୁଇ ଯୁବକ ମୃତ । ମୃତକ ହେଲେ ଅମିତ ଖଣ୍ଡାଇ ଓ ମଳୟ ନାୟକ । ସଞ୍ଜୟନଗର ଅଞ୍ଚଳର ତିନି ଯୁବକ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ଜଣ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଡଚଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।