ଜାନୁଆରୀ ୧୦ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ

ଚନ୍ଦ୍ରଗ୍ରହଣ ୨୦୨୦: ଜାନୁଆରୀ ୧୦ ତାରିଖରେ ନୂତନ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ ହେବ । ଭାରତୀୟ ସମୟ ମୁତାବକ ଚନ୍ଦ୍ର ଗ୍ରହଣ ଜାନୁଆରୀ ୧୦ ତାରିଖ ରାତି ୧୦ଟା ୩୭ରୁ ଆରମ୍ଭ ହୋଇ ୧୧ ଜାନୁଆରୀ ରାତି ୨ଟା ୪୨ ମିନିଟରେ ଶେଷ ହେବ । ପୂର୍ଣ୍ଣ ଗ୍ରହଣ ଏବଂ ଆଂଶିକ ଗ୍ରହଣ ତୁଳନାରେ ଉପଛାୟା ଗ୍ରହଣ ସାମାନ୍ୟ ଦୁର୍ବଳ ଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ମିଥୁନ ରାଶିର ପୁର୍ନବସୁ ନକ୍ଷେତ୍ରରେ ହେବ । ତେବେ ଗ୍ରହଣର ୯ଘଣ୍ଟା ପୂର୍ବରୁ ପାକ ତ୍ୟାଗ ହୋଇଥାଏ କିନ୍ତୁ ୧୦ରେ ହେବାକୁ ଥିବା ଗ୍ରହଣରେ କୌଣସି ପାକ ନିଷେଧ ନାହିଁ । କାରଣ ଜ୍ୟୋତିଷଙ୍କ ମୁତାବକ ଏହା ସମ୍ପୂର୍ଣ୍ଣ ଭାବେ ଚନ୍ଦ୍ର ଗ୍ରହଣ ନୁହେଁ ଏହା କେବଳ ଉପଛାୟା ଚନ୍ଦ୍ର ଗ୍ରହଣ । ତେଣୁ ସମସ୍ତ ଧାର୍ମିକ କାର୍ଯ୍ୟ ମଧ୍ୟ ଏହି ସମୟରେ ସଂପନ୍ନ ହେବ।

ଏହି ଗ୍ରହଣକୁ ଲୋକମାନେ ସ୍ପଷ୍ଟ ଭାବରେ ଦେଖିପାରିବେ ନାହିଁ ।  ଏହି ଗ୍ରହଣ ଭାରତ, ଆଫ୍ରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିବ । ସୂଚନା ଅନୁଯାୟୀ ଚଳିତ ବର୍ଷ ୪ଟି ଚନ୍ଦ୍ର ଗ୍ରହଣ ହେବ । ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ୫ ଜୁନରେ ଲାଗିବ, ତୃତୀୟ ଗ୍ରହଣ ୫ ଜୁଲାଇରେ ସେହିପରି ଚତୁର୍ଥ ଚନ୍ଦ୍ର ଗ୍ରହଣ ୩୦ ନଭେମ୍ବରରେ ଲାଗିବ ।

Leave a Reply