ପୁଣି ରାଜଧାନୀରୁ ୧୫୫ ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଧରାହେଲା ଧଳା ଜହର । ବ୍ରାଉନସୁଗାର ବିକ୍ରି ସମୟରେ ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୫୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଜଗବନ୍ଧୁ ବୈଠାରୁ ଓ ସଞ୍ଜୟ ସାହୁ । ସେମାନେ ବ୍ୟବହାର କରୁଥିବା ଏକ ୟମାହା ସ୍କୁଟର ମଧ୍ୟ ଜବତ କରାଯାଇଛି । ବାଲେଶ୍ଵରରୁ ସେମାନେ ବ୍ରାଉନସୁଗାର ଆଣି ରାଜଧାନୀରେ ବେପାର ଚଳାଇଥିବା ଅବକାରୀ ସ୍କ୍ବାର୍ଡ ନିକଟରେ ସୂଚନା ଦେଇଛନ୍ତି ।