ଆମେରିକାର ଏକ ହାଇସ୍କୁଲରେ ଗୁଳିମାଡ଼, ୪ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ଏକ ହାଇସ୍କୁଲରେ ହରର । ଜର୍ଜିଆର ଏକ ହାଇସ୍କୁଲରେ ଗୁଳିମାଡ଼ । ସହପାଠୀ ଓ ଶିକ୍ଷକଙ୍କୁ ଗୁଳିମାରିଲା ଛାତ୍ର । ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ଯୁ ହୋଇଛି । ମୃତକଙ୍କ ମଧ୍ଯକରେ ୨ ଜଣ ଛାତ୍ର ଥିବାବେଳେ ୨ ଜଣ ଶିକ୍ଷକ ରହିଛନ୍ତି । ୯ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତ ଜଣକ ସେହି ସ୍କୁଲର ଜଣେ ୧୪ ବର୍ଷର ବାଳକ । ସେ ସେହି ସ୍କୁଲରେ ହିଁ ପାଠ ପଢୁଥିଲା । ହଠାତ ଶ୍ରେଣୀଗୃହରେ ପଶି ଗୁଳି ଚଳାଇବା ଯୋଗୁ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ଯୁ ହୋଇଛି । ଅଭିଯୁକ୍ତକୁ ଆମେରିକା ପୋଲିସ ଗିରଫ କରିଛି । ଘଟଣାସ୍ଥଳରେ ବହୁ ସଂଖ୍ୟକ ପୁଲିସ୍ ଏବଂ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଗୁଳିମାଡ ପରେ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।  ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।