ଧାମରା ବନ୍ଦରରେ ଅପ୍ରବାସ କେନ୍ଦ୍ର ପାଇଁ ୧୪ଟି ପୋଲିସ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର
1 min readଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ଠାରେ ଏକ ନୂତନ ଅପ୍ରବାସ କେନ୍ଦ୍ର (Immigration Check Post) ନିମନ୍ତେ ୧୪ଟି ପୋଲିସ ପଦବୀ ସୃଷ୍ଟି କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀ ଗୁଡ଼ିକୁ ଅନୁମୋଦନ କରିଛନ୍ତି ।
Odisha Government has created 14 police posts for Immigration Check Post (ICP) at Dhamra Port, Bhadrak. CM Naveen Patnaik has given approval for these new posts which include 2 inspectors, 8 sub-inspectors & 4 constables: State Government
— ANI (@ANI) September 15, 2021
ଏଥିରେ ଦୁଇଟି ଇନ୍ସପେକ୍ଟର, ୮ଟି ସବ୍-ଇନ୍ସପେକ୍ଟର ଓ ୪ଟି କନେଷ୍ଟବଳ ପଦବୀ ସୃଷ୍ଟି କରାଯାଇଛି । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାମରା ବନ୍ଦରକୁ ଏକ ଅପ୍ରବାସ କେନ୍ଦ୍ର ରୂପେ ଘୋଷଣା କରାଯିବା ପରେ ଏହାର କାର୍ଯ୍ୟଭାର ରାଜ୍ୟ ସରକାର ଗ୍ରହଣ କରିଛନ୍ତି ।