ମାଓ ସଂଗଠନକୁ ବଡ଼ ଝଟକା, ଆତ୍ମସମର୍ପଣ କଲେ ୧୪ ହାଡକୋର ମାଓବାଦୀ

ମାଲକାନଗିରି: ମାଓ ସଂଗଠନକୁ ବଡ଼ ଝଟକା । ଆତ୍ମସମର୍ପଣ କଲେ ୧୪ ହାଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଦନ୍ତେୱାଡାରେ ଆତ୍ମସମର୍ପଣ କଲେ ୧୪ ହର୍ଡକୋର ମାଓବାଦୀ । ତାଙ୍କ ମଧ୍ୟରୁ ଦୁଇ ଜଣ ବାମନ ମିଡିଆମି ଏବଂ ରାଜୁ ମିଡ଼ିଆମିଙ୍କ ମୁଣ୍ଡରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା ।

ମାଓ ସଂଗଠନରୁ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି ଦନ୍ତେବଡା ଏସ ପି ଅଭିଷେକ ପଲ୍ଲବ । ଅସ୍ତ୍ର ତ୍ୟାଗ କରିବା ମାତ୍ରେ ଏମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏମାନେ ଗତକାଲି ସନ୍ଧ୍ୟା ବେଳେ କିରାନ୍ଦୁଲ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି ।

ପୋଲିସର ମାଓ ମୁକ୍ତ ଅଞ୍ଚଳ ଅଭିଯାନ ପାଇଁ ଏହା ଏକ ବଡ଼ ସଫଳତା । ଛତିଶଗଡ଼ ସୀମାରେ କାୟା ବିସ୍ତାର କରିଥିବା ମାଓ ସଙ୍ଗଠନ ମାନଙ୍କ ଦୁର୍ଗ ମଧ୍ୟ ଧିରେ ଧିରେ ଭୁଷୁଡ଼ିବାରେ ଲାଗିଛି । ତେବେ ଅହୁରି ଅନେକ ମାଓବାଦୀ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଉଥିବା ପୋଲିସ ସଚନାରୁ ଜଣାପଡ଼ିଛି ।

Leave a Reply