CDSCO ତରଫରୁ ୧୩୫ଟି ମେଡିସିନର ନମୂନା ଫେଲ: ଉଚ୍ଚ ରକ୍ତଚାପ ଓ ମଧୁମେହ ଟାବଲେଟ ସେବନ କରିବା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ

1 min read

ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧୀ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ତରଫରୁ ସାରା ଦେଶରେ ମେଡିସିନର ମୋଟ ୧୩୫ଟି  ନମୂନାକୁ ଫେଲ୍ କରାଯାଇଛି । ଯେଉଁସବୁ ମେଡିସିନଗୁଡ଼ିକର ନମୂନା ଫେଲ କରାଯାଇଛି, ସେଗୁଡ଼ିକ ମଧ୍ୟରେ ହାର୍ଟ, କିଡନୀ, ବିପି ଓ ଆଣ୍ଟିବାୟୋଟିକ ସମେତ ଅନେକ ଔଷଧ ସାମିଲ ରହିଛି । ଏହା ପୂର୍ବରୁ ମଧ୍ୟ CDSCO ତରଫରୁ ଅନେକ ଔଷଧକୁ ବ୍ୟାନ କରାଯାଇଥିଲା । CDSCO ତରଫରୁ ଡିସେମ୍ବରରେ ନିଆଯାଇଥିବା ମେଡିସିନର ନମୂନାର ରେଜଲ୍ଟ ଜାରି କରାଯାଇଛି ।

୧୩୫ରୁ ଅଧିକ ମେଡିସିନର ମାନକ ସଠିକ୍ ନଥିବା କୁହାଯାଇଛି । ଯେଉଁ ଔଷଧଗୁଡ଼ିକର ସାମ୍ପୂଲ ଫେଲ ହୋଇଛି, ସେଗୁଡ଼ିକ ମଧ୍ୟରେ ହାର୍ଟ, କିଡନୀ, ବିପି ଓ ଆଣ୍ଟିବାୟୋଟିକ ସମେତ ଆହୁରି ଅନେକ ଔଷଧ ସାମିଲ ରହିଥିବା କୁହାଯାଇଛି । ଗତ କିଛି ମାସ ମଧ୍ୟରେ କ୍ରମାଗତ ଭାବେ ମେଡିସିନଗୁଡ଼ିକର ନମୂନା ମାନକରେ ଫିଟ ରହିନଥିଲା । ଏହି ମେଡିସିନଗୁଡ଼ିକ ଦେଶର ଅନେକ ବଡ଼ ବଡ଼ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ପ୍ରସ୍ତୁତ କରିଥାଏ । କ୍ବାଲିଟି ଟେଷ୍ଟରେ ଏହି ମେଡିସିନ୍ସ ଫେଲ ହୋଇଛି ଓ ସେଗୁଡ଼ିକ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି କୁହାଯାଇଛି । ଏହି ମେଡିସିନଗୁଡ଼ିକର ନିର୍ମାତା ମଧ୍ୟ ଏବେ ଯାଞ୍ଚ ଘେରକୁ ଚାଲିଆସିଛନ୍ତି । ଏହି ମେଡିସିନଗୁଡ଼ିକ ମଧ୍ୟରୁ ଅଧିକାଂଶ ମେଡିସିନ ମଧୁମେହ ଓ ମାଇଗ୍ରେନ ରୋଗ ପାଇଁ ଦିଆଯାଉଥିଲା । ଏପରି ସ୍ଥିତିରେ ଏବେ ମେଡିସିନ ନିର୍ମାତାଙ୍କ ଲାଇସେନ୍ସ ରଦ୍ଦ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।