ପ୍ରଳୟଙ୍କରୀ ବାତ୍ୟା ନେଇଛି ୧୨ ଜୀବନ…ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର କ୍ଷୟକ୍ଷତି

1 min read

କୋଲକତା: ପଶ୍ଚିମବଙ୍ଗ ସୁନ୍ଦରବନରେ ତାଣ୍ଡବ ରଚଛି ସାମୁଦ୍ରିକ ଝଡ । ସାଢେ ୬ ଘଣ୍ଟାର ବିନାଶ ଲୀଳା ରଚିବା ପରେ ଫେରି ଯାଇଛି ଅମ୍ଫାନ୍‌, ହେଲେ ଛାଡ଼ିଯାଇଛି କ୍ଷତ। କରୋନା ସଂକଟରେ ଅମ୍ଫାନ୍‌ ମୁକାବିଲା ବଡ଼ ଚ୍ୟାଲେଞ୍ଜ ହୋଇଛି। ବଙ୍ଗୋପସାଗରରୁ ସୃଷ୍ଟ ଏହି ଚକ୍ରବାକ ତୋଫାନ ଭାୟା ଓଡିଶା ଦେଇ କାଲି ସଂଧ୍ୟା ୭ ରେ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଥିଲା। ସ୍ଥଳଭାଗ ଛୁଇଁବାବେଳେ ପବନର ଗତି ଥିଲା ୧୫୫ ରୁ ୧୬୫ କିଲୋମିଟର। ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ପଶ୍ଚିମବଙ୍ଗରେ ‘ଅମ୍ଫାନ’ର କମ୍ପନ: ଉପୁଡ଼ିଲା ଗଛ, ଭାଙ୍ଗିଲା ଘର: ୨ ମୃତ

ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ସବୁଠୁ ଅଧିକ କ୍ଷତି ହୋଇଛି। ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ୫ ହଜାରରୁ ଅଧିକ ଘର ଭାଙ୍ଗିଥିବା ବେଳେ କୋଲକାତାର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ ଗଛଗୁଡିକୁ ମୁଳରୁ ଉପାଡି ଫିଙ୍ଗିଥିଲା। ପଶ୍ଚିମବଙ୍ଗ ଦୀଘାର ମେଦିନପୁର ଅଞ୍ଚଳରେ ବ୍ୟାପକ ବିନାଶ କରିଛି ଅମ୍ଫାନ । ବିଭିନ୍ନ ସ୍ଥାନରେ ପାଣି ମାଡିଯିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ଫଳରେ ପୁରା ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବିଛିନ୍ନ ହୋଇଛି । ଘର ଉଡିଛି, ଗଛ ପଡି ରାସ୍ତା ମଧ୍ୟ ଅବରୋଧ ହୋଇଛି।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’

କହିବାକୁ ଗଲେ ଉଭୟ ପଶ୍ଚିମବଙ୍ଗ ଏବଂ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ କିଛି ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଏବଂ ଝଡ଼ ଜାରି ରହିଥିଲା । ପଶ୍ଚିମବଙ୍ଗରେ ତୋଫାନ ଦ୍ୱାରା ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ବାତ୍ୟା ଯୋଗୁଁ ସେଠାରେ ପାଖାପାଖି୧୦- ୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗ ଅପେକ୍ଷା ଓଡ଼ିଶା କମ୍ ପ୍ରଭାବିତ ହୋଇଛି। ଓଡିଶାରେ ଅଧିକ ପ୍ରଭାବ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡାଠାରେ ଦେଖାଯାଇଥିଲା । ତେବେ ଅମ୍ଫାନ ବିନାଶରେ ଓଡିଶାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

 

 

 

Leave a Reply