ବଡ଼ଧରଣର ଡକାୟତି: କଟକର ସମସ୍ତ ସୀମା ସିଲ୍ କଲା କମିଶନରେଟ୍ ପୋଲିସ

କଟକ: କଟକରେ ବଡ଼ଧରଣର ଡକାୟତି । ପୋଲିସଙ୍କୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ । ଦିନ ଦ୍ୱିପହରେ ଲୁଟିନେଲେ ୧୨ କୋଟି ଟଙ୍କାର ସୁନା । ଚୌଧୁରୀ ବଜାରର ନୟାସଡ଼କ ଅଞ୍ଚଳରେ ଥିବା ଘରୋଇ ସୁନା ଲୋନ୍‌ ପ୍ରଦାନକାରୀ ବ୍ୟାଙ୍କରେ ଡକାୟତି ହୋଇଛି । ୪ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ୧୨କୋଟି ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ଚୌଧୁରୀ ବଜାର ଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରୁ କିଭଳି ଏମିତି ବଡ଼ଧରଣର ଡକାୟତି ହେଲା ସେନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ପୂରା ଘଟଣା ସକାଳ ପ୍ରାୟ ୯ଟାରୁ ୧୦ ସମୟ ମଧ୍ୟରେ ହୋଇଥିବା ଜଣା ପଡ଼ଛି । ଦୁର୍ବୃତ୍ତମାନେ ପ୍ରଥମେ ବ୍ୟାଙ୍କରେ ପଶିବା ମାତ୍ରେ ସମସ୍ତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇବା ସହ ମାରଧର କରିଥିଲେ । ସେମାନଙ୍କଠାରୁ ଚାବି ନେଇ ସେଠାରେ ଥିବା ଲକରରୁ ସମସ୍ତ ସୁନା ଲୁଟି ନେଇଥିଲେ ।

ବିପୁଳ ପରିମାଣର ସୁନା ଅଳଙ୍କାର ଡକାୟତି ହୋଇଥିବା ଅଭିଯୋଗ ହୋଇଥିବା ବେଳେ ବ୍ୟାଙ୍କରେ କମିଶନରେଟ ପୋଲିସର ତଦନ୍ତ ଜାରି ରହିଛି । ଏବଂ ସେଠାରେ ଥିବା କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରୁଛନ୍ତି । ଘଟଣାକୁ ନେଇ କଟକର ସବୁ ସୀମା ସିଲ୍ କରାଯାଇଥିବା ବେଳେ ଘଟଣାସ୍ଥଳରେ ଡିସିପିଙ୍କ ତଦନ୍ତ ଜାରି ରଖିଛନ୍ତି ।

Leave a Reply