ନିଶା ବ୍ୟବସାୟରୁ ଖେଳଣା ବନ୍ଧୁକ ଦେଖାଇ ଅପହରଣ, ବନ୍ଧାହେଲେ ୧୨

ବରଗଡ଼: ପ୍ରଥମେ ଅପମିଶ୍ରିତ କୋରେକ୍ସ ବ୍ୟବସାୟ । ପରେ ବ୍ୟବସାୟରେ ଚିଟିଂ କରି କିଡନାପ । ୩ ଜଣଙ୍କୁ ଛାଡ଼ିଦେବା ପାଇଁ ମାଗିଲେ ସାଢେ ୩ ଲକ୍ଷ ଟଙ୍କା । ନିଶା କାରବାରରୁ କିଡନାପିଂ, ମନି ଡିମାଣ୍ଡିଂ ଘଟଣାର ପର୍ଦାଫାସ କରିଛି ବରଗଡ଼ ପୋଲିସ । ଘଟଣାରେ ପୋଲିସ ୧୨ ଜଣଙ୍କୁ ଗିରଫ କରିବା ସହ ୩ଟି କାର,୨ଟି ବାଇକ, ୧୧ଟି ମୋବାଇଲ ଫୋନ ଏବଂ ଗୋଟିଏ ଖେଳଣା ବନ୍ଧୁକ ଜବତ କରିଛି ।

ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ବରପାଲି ଏବଂ ପଦ୍ମପୁର ଅଞ୍ଚଳରେ ଚୋରାରେ ଡୁପ୍ଲିକେଟ କୋରେକ୍ସ ବିକ୍ରି ହେଉଥିଲା । ନକଲି କୋରେକ୍ସ ବିକୁଥିଲେ ସେହି ଅଞ୍ଚଳର ଦୁଇ ଗୋଷ୍ଠୀ । କିନ୍ତୁ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କଳହ ଲାଗି ରହିଥିଲା । ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀର କିଛି ଯୁବକଙ୍କୁ ଅପହରଣ କରିନେଇଥିଲେ । ମୁଣ୍ଡ ବଦଳରେ ୩ଲକ୍ଷ ୫୦ ହଜାର ଟଙ୍କା ଡିମାଣ୍ଡ କରିଥିଲେ ।

ପରିବାର ଲୋକ ଟଙ୍କା ନଦେଇ ବରଗଡ଼ ପୋଲିସରେ ଅଭିଯୋଗ କରିଥିଲେ । ବରଗଡ଼ ପୋଲିସ ୩ଟି ଟିମ ଗଠନ କରି ୧୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ପଦ୍ମପୁର, ବରପାଲି ଓ ବିଜେପୁର ପୋଲିସ ମିଳିତ ଭାବରେ ଅପରାଧି ମାନଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଉଛନ୍ତି ଏସକେ ଅନସର, ଜିତେନ୍ଦ୍ର ସିଂ ଠାକୁର, ରଞ୍ଜନ ପ୍ରଧାନ, ରାଜୁ ମେହେର, ସୁରତ କୁମାର ଦାଶ, ସଞ୍ଜୟ ପ୍ରଧାନ, କାଳିଆ ବାଗ, ମୁଚୁ ଛତରିଆ, ଦ୍ବାରିକା ପ୍ରସାଦ ସାହୁ, ଜଗପତି ସାହୁ, ପ୍ରଦୀପ ସାହୁ, ସତ୍ୟମ ଦୋରା  । ଅପହରଣ ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି ପଦ୍ମପୁର ଥାନା ଚାରପାଲି ଗ୍ରାମର  ଗ୍ରାମର ଅମର ପ୍ରସାଦ ସେଠି, ସୁଶାନ୍ତ ବାଗ ଓ ଖିରୋଦ ସାହୁ ।

 

 

Leave a Reply