ଚାଷୀଙ୍କ ଘରେ ପଶି ଲୁଟିଲେ ୧୨ ସଶସ୍ତ୍ର ଡକାୟତ, ପାଚେରୀରୁ ଖସି ପଡି ଜଣେ କାବୁ

କଳାହାଣ୍ଡି: କିଛି ଦିନ ନିରବତା ପରେ ପୁଣି ମାତିଲେ ଡକାୟତ । କୋକସରା ଥାନା ଓଲମା ଗାଁରେ ସଶସ୍ତ୍ର ଡକାୟତ ବିଳମ୍ବିତ ରାତିରେ ଚାଷୀ ଧନଞ୍ଜୟ ସାହୁଙ୍କ ଘରେ ପଶି  ପରିବାର ସଦସ୍ୟଙ୍କୁ ଏକ କୋଠରୀରେ ବନ୍ଦ କରି ଲୁଟି ନେଲେ 25 ଭରି ସୁନା ଓ ଟଙ୍କା । ପ୍ରାୟ ଦଶରୁ ଅଧିକ ଡକାୟତ ଆସିଥିବା ବେଳେ କିଛି ଡକାୟତ ଫେରାର ହୋଇ ଯାଇଛନ୍ତି  । ଜଣେ ଡକାୟତ ଚାଷୀଙ୍କ ପାଚେରୀ ଡେଇଁ ଫେରାର ହେଉଥିବା ବେଳେ ଗୋଡ ଭାଙ୍ଗି ଯିବାରୁ ତାକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ପରିବାର ସଦସ୍ୟ  ।

ବର୍ତ୍ତମାନ କୋକସରା ଥାନାରେ ଜଣେ ଡକାୟତ ଅଟକ ରହିଛି । ପୋଲିସ ଡକାୟତକୁ ଧରି ଛାନଭିନ ଜାରି ରଖିଛି  । ତଦନ୍ତ ପରେ ଜଣାପଡ଼ିବ କେଉଁ ଅଞ୍ଚଳ ର ଡକାୟତ ଦଳ ପୂର୍ବରୁ କେଉଁ କେଉଁ ଅଞ୍ଚଳ ରେ ଡକାୟତ କରିଥିଲେ  ।