ଉଚ୍ଚଶିକ୍ଷା ବିଭାଗ ସ୍କାନରରେ ସରକାରୀ ଅଧ୍ୟାପକ, ୧୧୧ଜଣ ଚିହ୍ନଟ

1 min read

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟ ସରକାରଙ୍କ ସ୍କାନର୍‌ରେ କଲେଜ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି । ଉଚ୍ଚଶିକ୍ଷା ବିଭାଗର ସ୍କାନର୍‌ରେ ୧୧୧ଅଧ୍ୟାପକ ଓ ଅଧ୍ୟାପିକା ଅଛନ୍ତି, ଯେଉଁମାନେ କି ସରକାରୀ ଚାକିରି କରି ଘରୋଇ ଟିଉସନ କରୁଛନ୍ତି । ଏହି ମାନଙ୍କର ଏକ ତାଲିକା ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତ କରିଛି । ଖୁବଶୀଘ୍ର ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଯୋଜନା କରୁଛନ୍ତି । ଉଚ୍ଚଶିକ୍ଷା ବିଭାଗ 5T ଅଧୀନକୁ ଆସିବା ପରେ ବିଭାଗରେ କିପରି  ଅଧିକ ସଂସ୍କାର ଆସିବ, ତା’ଉପରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଗୁରୁତ୍ୱ ଦେଇଛନ୍ତି ।

Image result for coaching class

ନିକଟରେ ମନ୍ତ୍ରୀ ସିଧାସଳଖ ଚେତାବନୀ ଦେଇଥିଲେ ଯେ ସରକାରୀ ଅଧ୍ୟାପକ ଅଧ୍ୟାପିକାମାନେ ଘରୋଇ ଟିଉସନ କରିପାରିବେ ନାହିଁ । ଏହାର ସପ୍ତାହେ ପୂରି ନଥିବା ବେଳେ ୧୧୧ଜଣ ଅଧ୍ୟାପକ ଅଧ୍ୟାପିକା ଚିହ୍ନଟ ହୋଇଥିବାରୁ ସେମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହାକୁ ନେଇ ବିରୋଧୀ ମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

Leave a Reply