OSRTCର ୧୧୦ ନୂଆ ବସ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଅତ୍ୟାଧୁନିକ ସୁବିଧା ପାଇବେ ଯାତ୍ରୀ

1 min read

ଭୁବନେଶ୍ୱର: ଗଡ଼ିଲା  OSRTCର ୧୧୦ଟି ନୂଆ ବସ୍  । ଏଥର ଅତ୍ୟାଧୁନିକ ବସରେ ବସି ଯାତ୍ରା କରିବେ ଯାତ୍ରୀ  । ଏହି ଅତ୍ୟାଧୁନିକ ନୂଆ ବସକୁ  ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପ୍ରଥମ ପର୍ଯ୍ୟାୟରେ ୧୧୦ଟି ନୂତନ ଯାତ୍ରୀବାହୀ ବସ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ  । ଏହି ନୂଆ ବସ ପ୍ରଦୂଷଣ ରହିତ ରହିଛି, ଏଥି ସହିତ ବିଏସ୍-୬ ଶ୍ରେଣୀର ମଧ୍ୟ  । ନୂତନ ବସରେ ରୁଟ୍ ଟ୍ରାକିଂ ବ୍ୟବସ୍ଥା ରହିଛି  ।

OSRTC ଦ୍ୱାରା ଏହି ବସ ବ୍ୟବସ୍ଥା କରାଯାଇଥିଲାବେଳେ ଯାତ୍ରୀଙ୍କ ସୁବିଧା ନିମନ୍ତେ ବସ୍ ଟ୍ରାକିଂ ସିଷ୍ଟମ ରହିଛି  । ବସରେ ରହିଛି ଜରୁରିକାଳୀନ ସୁରକ୍ଷା ବଟନ ବ୍ୟବସ୍ଥା  । ସେହିପରି ଯାତ୍ରୀଙ୍କ ପାଇଁ ରହିଛି ଆରାମ ଦାୟକ ସିଟ୍  । ଅନ୍ୟପଟେ ପଟିଆରେ ମୋ ବସର ନୂତନ ଡିପୋ ମଧ୍ୟ କରାଯାଇଛି  । ଏହି ଡିପୋରେ ସମସ୍ତ ସୁବିଧା ଉପଲବ୍ଧ ରହିଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି  ।

ଆଜି ୧୧୦ଟି ନୂଆ ଅତ୍ୟାଧୁନିକ ବସ ଲୋକାର୍ପଣ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୭୦ଟି ବସ ମଧ୍ୟ ଲୋକାର୍ପଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ  । ଭୁବନେଶ୍ୱରରେ ଦୁଇଟି ମୋ ବସ୍‌ ଡିପୋର ଲୋକାର୍ପଣ ହୋଇଛି । ଭଗବାନପୁର ଓ ପଟିଆରେ ମୋ ବସ୍‌ ଡିପୋର ଉଦ୍‌ଘାଟନ ହେଉଛି ।

Leave a Reply