କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍
1 min readନୂଆଦିଲ୍ଲୀ: MITRA ସ୍କିମକୁ ବୁଧବାର ଦିନ ମଞ୍ଜୁରି ପ୍ରଦାନ କରିଛି କ୍ୟାବିନେଟ୍ । ଏହି ଯୋଜନା ଅଧିନରେ ସାରା ଦେଶରେ ୭ ମେଗା ଟେକ୍ସଟାଇଲ୍ ଇନଭେଷ୍ଟମେଣ୍ଟ ପାର୍କ ତିଆରି କରାଯିବ । ଏହାବ୍ୟତୀତ ରେଳ କର୍ମଚାରୀ (ନନ୍-ଗେଜେଟେଡ୍)ଙ୍କୁ ୭୮ ଦିନର ବୋନସ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । ଏଥିରେ ପାଖାପାଖି ୧୧,୫୬,୦୦୦ କର୍ମଚାରୀ ଉପକୃତ ହେବାକୁ ଥିବା ବେଳେ ଖର୍ଚ୍ଚ ହେବ ୧,୯୮୫ କୋଟି ଟଙ୍କା ।
କ୍ୟାବିନେଟ୍ ବୈଠକରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଅନୁରାଗ ।
Modi Govt’s landmark decision to empower Textiles sector.
Approval for 7 Mega Integrated Textile Region & Apparel (PM MITRA) Parks. ₹ 4,445 Cr outlay for #PMMitra4Textiles in 5 yrs to enable:
?World class infrastructure
? 21 lakh jobs
? More production & export led growth pic.twitter.com/6dTLb5NzyI
— Piyush Goyal (मोदी का परिवार) (@PiyushGoyal) October 6, 2021
ଅପରପକ୍ଷେ ପିୟୁଷ ଗୋଏଲ୍ କହିଛନ୍ତି ଯେ, କପଡା ଉଦ୍ୟୋଗରେ ରପ୍ତାନୀକୁ ପ୍ରେତ୍ସାହନ ଦେବା ଲାଗି ସରକାର ୭ଟି ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ୬ଟି ନିଷ୍ପତ୍ତି ହୋଇଥିବା ବେଳେ ଆଜି ଆଉ ଗୋଟିଏ ନିଷ୍ପତ୍ତି ହୋଇଛି । ୭ଟି ଟେକ୍ସଟାଇଲ୍ ପାର୍କ ଲାଗି ୧୦ ରାଜ୍ୟ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ପାର୍କ ତିଆରି ହେଲେ ୭ ଲକ୍ଷ ପ୍ରତ୍ୟକ୍ଷ ଓ ପରାେକ୍ଷ ଭାବେ ୧୪ ଲକ୍ଷ ରୋଜଗାର ସୃଷ୍ଟି ହେବ । ଏହି ପାର୍କ ୧୦୦୦ ଏକରର ପରିବ୍ୟାପ୍ତ ହେବାକୁ ଥିବା ବେଳେ ତିଆରି ପାଇଁ ପାଖାପାଖି ୧୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ।