ସାଧରଣତନ୍ତ୍ର ଦିବସ ଉପଲକ୍ଷେ ୧୧ କିଲୋମିଟରର ବିରାଟ ତ୍ରିରଙ୍ଗା ଯାତ୍ରା

ଭୁବନେଶ୍ୱର: ୭୪ ତମ ସାଧରଣତନ୍ତ୍ର ଦିବସ ଉପଲକ୍ଷେ ବିରାଟ ତ୍ରିରଙ୍ଗା ଯାତ୍ରା । ମେରା ତ୍ରିରଙ୍ଗା ମେରା ଅଭିମାନ ଥିମ୍ ନେଇ ଆୟୋଜିତ ହୋଇଛି ତ୍ରିରଙ୍ଗା ଯାତ୍ରା । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଦୀର୍ଘ ୧୧ କିଲୋମିଟର ରାସ୍ତାରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ । ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବା ପାଇଁ ଭୁବନେଶ୍ବର ନାଇଟ୍ସ ରାଉଣ୍ଡ ଟେବୁଲ ଏବଂ ଭୁବନେଶ୍ୱର କୁଇନ୍ସ ଲେଡିଜ୍ ସର୍କଲ ପକ୍ଷରୁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସହ ସ୍କୁଲ, କଲେଜ ଏବଂ ସାଧାରଣରେ ଦେଶପ୍ରେମ ଭାଗ ଜାଗ୍ରତ ମଧ୍ୟ ମୂଳ ଲକ୍ଷ ବୋଲି ଆୟୋଜକ କହିଛନ୍ତି ।

ଏହି ଅବସରରେ ହକି ବିଶ୍ବକପ ଚାଲୁଥିବାରୁ ଏକ ସୁସଜ୍ଜିତ ଗାଡିରେ ପାରମ୍ପରିକ ଓଡ଼ିଶୀ ନୃତ୍ୟ, ଓଲି ଡ୍ୟାନ୍ସ ଏବଂ ସମ୍ବଲପୁରୀ ନୃତ୍ୟ ବେଶ ଆକର୍ଷଣୀୟ ଥିଲା । ପୂରା ୧୧ କିଲୋମିଟର ପର୍ଯ୍ୟନ୍ତ ମାଇକ ଯୋଗେ ଦେଶାତ୍ମବୋଧକ ଗୀତ ପ୍ରତିଟି ଭାରତୀୟଙ୍କ ମନରେ ଉନ୍ମାଦନା ଭରିଦେଉଥିଲା । ତେବେ ହକି ବିଶ୍ବକପ୍ ଭଳି ସମୟରେ ରାଜଧାନୀ ଭୁବନେଶ୍ବରର ଜନଗହଳି ପୂର୍ଣ୍ଣ ରାସ୍ତାରେ ଏଭଳି ବିରାଟ ତ୍ରିରଙ୍ଗା ରାଲି ବିଶ୍ବରେ ବିରଳ ବୋଲି ଆୟୋଜକ କହିଛନ୍ତି । ସାଧାରଣତନ୍ତ୍ର ଦିବସରେ ବିଶ୍ବରେକର୍ଡ ସହ ଛୋଟପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ମନରେ ତ୍ରିରଙ୍ଗା ପତାକା ପ୍ରତି ସମ୍ମାନ ପ୍ରଦର୍ଶନ ଭାବ ସୃଷ୍ଟି କରିବ ।