ଇଚ୍ଛାଶକ୍ତି ଆଗରେ ହାର ମାନିଲା ବାର୍ଦ୍ଧକ୍ୟ,୧୦୫ ବର୍ଷ ବୟସରେ ଚତୁର୍ଥ ଶ୍ରେଣୀ ପାଠ ସାରିଲେ ବୃଦ୍ଧା

କେରଳ : ପାଠ ପଢିବାକୁ ବୟସ ନୁହେଁ, କେବଳ ଦରକାର ଦୃଢ଼ ଇଚ୍ଛାଶକ୍ତି । ଏହାର ଉଦାହରଣ ହେଉଛନ୍ତି କେରଳର କୋଲ୍ଲମର ୧୦୫ ବର୍ଷର ବୃଦ୍ଧା ଭାଗୀରଥୀ ଆମ୍ମା ।  ପିଲାବେଳୁ ଭାଗୀରଥିଙ୍କର ପଢ଼ିବାରେ ଥିବା ଇଚ୍ଛା ୧୦୫ ବର୍ଷ ବୟସରେ ପୂରଣ ହୋଇଛି  । ସେ ରାଜ୍ୟ ସାକ୍ଷରତା ମିଶନରେ ପାଠପଢ଼ି ଚତୁର୍ଥ ଶ୍ରେଣୀରେ ପରୀକ୍ଷା ଦେଇ ସାରା ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଭାଗୀରଥିଙ୍କ ମା’ ମରିଯିବା ପରେ ସେ ଏକ ପ୍ରକାର ପାଠରେ ଡୋରି ବାନ୍ଧି ଦେଇଥିଲେ । କାରଣ ମା’ଙ୍କ ପରେ ତାଙ୍କ ଉପରେ ଥିଲା ଭାଇ ଭଉଣୀଙ୍କ ଦାୟିତ୍ୱ । ପାରିବାରିକ ଜଞ୍ଜାଳରେ ପେସି ହୋଇଯାଉଥିଲେ ଆମ୍ମା । ଗୋଟିଏ ପରେ ଗୋଟିଏ ବିପଦ ତାଙ୍କ ଉପରେ ମାଡ଼ି ପଡ଼ୁଥିଲା । ତାଙ୍କୁ ଯେତେବେଳେ  ୩୦ ବର୍ଷ ବୟସ ସେତେବେଳକୁ ତାଙ୍କ ପତିଙ୍କର ଦେହାନ୍ତ ହୋଇଥିଲା ଏବଂ ପୁଣି ଛଅ ପିଲାଙ୍କର ଜଞ୍ଜାଳ ଭାର ତାଙ୍କ ଉପରେ ପଡ଼ିଥିଲା  ।

କର୍ମମୟ ଜଞ୍ଜାଳରୁ ବାହାରି ପାଠ ପଢିବାକୁ ବାରମ୍ବାର ଚେଷ୍ଟା କରି ବିଫଳ ହେଉଥିଲେ ଭାଗୀରଥି  । ପିଲାମାନେ ବଡ଼ ହେବା ପରେ ଶେଷରେ ୧୦୫ ବର୍ଷ ବୟସରେ ୮ ବର୍ଷରେ ପାସ କରିଥିବା ତୃତୀୟଶ୍ରେଣୀ ପରର ପାଠ ପଢ଼ା ଆରମ୍ଭ କରିଥିଲେ ।  ଏବେ ବି ତାଙ୍କର ସୃତିଶକ୍ତି ପ୍ରଖର ରହିଛି । ଶୁଣିବାରେ ବି କୌଣସି ଅସୁବିଧା ନାହିଁ । କିନ୍ତୁ ବାର୍ଦ୍ଧକ୍ୟ ଯୋଗୁଁ ହାତ ଥରୁଥିବାରୁ ସେ ପରୀକ୍ଷା ଦେବାକୁ ଅଧିକ ସମୟ ନେଇଛନ୍ତି। ପାଠ ପଢ଼ି ପରୀକ୍ଷା ଦେଇଥିବାରୁ ଭାଗୀରଥି ଆମ୍ମା ବହୁତ ଖୁସୀ ଅଛନ୍ତି ।

Leave a Reply