ରାଜ୍ୟରେ କମୁଛି ଏବଂ ବଢ଼ୁଛି କରୋନା ସଂକ୍ରମଣ, ୧୦୪୧ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ହଜାରେ ୪୧ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କମୁଛି ବଢ଼ୁଛି କରୋନା ସଂକ୍ରମଣ। ୬୪ଜଣଙ୍କ ଜୀବନ ନେଇଛି କିଲର କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୬ହଜାର ୫୬୫ରେ ପହଞ୍ଚିଛି। ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡା ଓ ସୋନପୁରରେ ଶୂନ ସଂକ୍ରମଣ ରହିଛି। କ୍ୱାରେଣ୍ଟାଇନରୁ ୬୦୫ ଓ ଲୋକାଲ କେସ୍ ୪୩୬ ରହିଛି। ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୪ଶହ ୭୫ ଆକ୍ରାନ୍ତ।

ସେପଟେ ଖୋର୍ଦ୍ଧାରୁ ସର୍ବାଧିକ ୩୮୩, କଟକରୁ ୧୩୨, ଜଗତସିଂହପୁର ଓ ଷ୍ଟେଟପୁଲରୁ ୮୧ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୫୭ ଆକ୍ରାନ୍ତ ଚିହ୍ନଟ। ଯାଜପୁରରୁ ୩୬, ପୁରୀରୁ ୩୪, କେନ୍ଦ୍ରାପଡା, ମୟୂରଭଞ୍ଜ, ନୟାଗଡ଼ରୁ ୨୮ଜଣ ଲେଖାଏଁ, ରାୟଗଡ଼ାରୁ ୨୬, ବାଲେଶ୍ୱରରୁ ୨୩, କେନ୍ଦୁଝରରୁ ୧୭, ଭଦ୍ରକରୁ ୧୫, ଗଞ୍ଜାମରୁ ୧୧, ଢେଙ୍କାନାଳରୁ ୧୦, ସମ୍ବଲପୁରରୁ ୯, ଦେବଗଡ଼ରୁ ୭, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଓ ସୁନ୍ଦରଗଡ଼ରୁ ୫ଜଣ ଲେଖାଏଁ, ବରଗଡ଼, ଗଜପତି, ମାଲକାନଗିରିରୁ ୩ଜଣ ଲେଖାଏଁ , ନବରଙ୍ଗପୁର ଓ ନୂଆପଡାରୁ ୨ଜଣ ଲେଖାଏଁ, ବଲାଙ୍ଗୀର ଓ ବୌଦ୍ଧରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ।

ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୮୮ହଜାର ୯୯୭ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୭୧ହଜାର ୩୯୧। ଆକ୍ଟିଭ କେସ୍ ୧୦ହଜାର ୯୮୮।

Leave a Reply