ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ପ୍ରସ୍ତୁତି ଚୁଡାନ୍ତ

ବାଲେଶ୍ବର: ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି ଏକ କ୍ଷେପଣାସ୍ତ୍ର ପରୀକ୍ଷଣ ହେବାର ଅଛି। ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ପରୀକ୍ଷଣ   ହେବ। ଏହାର ଲକ୍ଷ୍ଯକ୍ଷେଦ କ୍ଷମତା ଅଛି ୨୩୦ କିଲୋମିଟର। ସକାଳ ୧୦ଟାରେ ପରୀକ୍ଷଣ ହେବାର ଥିବାରୁ ସୁରକ୍ଷା ଯୋଗୁଁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଲଞ୍ଚପ୍ୟାଡର ୩ କିଲୋମିଟର ଦୂରତା ମଧ୍ୟରେ ଥିବା ଜୟଦେବକସବା, ଭୀମପୁର, ସାହାଜନଗର, କୁସୁମୁଳୀ, ଖଡୁପାହି, ତୁଣ୍ଡୁରା, ଛଚିନା, ଦୋମୁହାଁପାଟଣା, କଣ୍ଡର୍ଦ୍ଦା ଓ ବର୍ଦ୍ଧନପୁର ଗାଁର ୧୦ ହଜାର ଲୋକଙ୍କୁ ଅସ୍ଥାୟୀ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯିବ। ମିସାଇଲ ପରୀକ୍ଷଣ ପରେ ଲୋକେ ପୁଣି ନିଜ ନିଜ ଘରକୁ ଫେରିବେ।