ଉଡ଼ାନ ୪.୧ରେ ସାମିଲ୍ ହେବ ଓଡିଶାର ୧୦ଟି ନୂଆ ବିମାନପଥ
1 min read
ଉଡ଼ାନ ୪.୧ରେ ସାମିଲ୍ ହେବ ଓଡିଶାର ୧୦ଟି ନୂଆ ବିମାନପଥ। ପୂର୍ବରୁ ବାତିଲ ହୋଇଥିବା ବିମାନପଥକୁ ଏହି ପ୍ରକ୍ରିୟାରେ ସାମିଲ୍ କରାଯିବ। ଭୁବନେଶ୍ୱର-ଅର୍ମଦାରୋଡ୍ ଓ ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ବିମାନପଥକୁ ସାମିଲ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ତେଣୁ ଏହି ଦୁଇ ବିମାନପଥକୁ ଉଡ଼ାନ ୪.୧ରେ ସାମିଲ୍ କରାଯିବାର ସମ୍ଭାବନା ରହିଛି। ଏହି ଯୋଜନାରେ ଛୋଟ ସହର ଗୁଡ଼ିକୁ ଆକାଶ ପଥରେ ଯୋଡିବାକୁ ବ୍ୟବସ୍ଥା କରାଯାଉଛି। ଆସନ୍ତା ୬ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ମିଳିଛି।