ସେଇ ୧୦ ଘଣ୍ଟା, ଯାହା ଓଲଟାଇ ଦେଲା ମହାରାଷ୍ଟ୍ର ରାଜନୀତିର ବାଜି

1 min read

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିର ସେଇ ୧୦ ଘଣ୍ଟା । ଯେଉଁଥିରେ ଓଲଟିଗଲା ବାଜି, କ୍ଷମତା ଗଣିତରେ ଫସିଗଲା ଶିବସେନା। ରାଜନୀତିରେ ଆସିଲା ଗୋଟେ ପରେ ଗୋଟେ ଟ୍ୱିଷ୍ଟ। ସବୁ ଦଳର ଦାବି ଅଲଗା, ଆଉ ଆଶା ବି ଥିଲା ଅଲଗା। ଗତକାଲି ସୂର୍ଯ୍ୟାସ୍ତ ପୂର୍ବରୁ ଲାଗୁଥିଲା ମୁ୍ଖ୍ୟମନ୍ତ୍ରୀ ପଦରେ ବସିବେ ଜଣେ  ଶିବ ସୈନିକ । ହେଲେ କଂଗ୍ରେସ ଭାଙ୍ଗିଦେଲା ସେନାର ସ୍ୱପ୍ନ । ଆଉ ରାଜ୍ୟପାଳ ବି କହିଲେ, ସେନାର ସମୟ ଶେଷ।…

ଘଟଣାକ୍ରମ ଆରମ୍ଭ ହେଲା ସରକାର ଗଠନ ପାଇଁ ବିଜେପି ମନା କରିବା ପରେ । ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ ମହାରାଷ୍ଟ୍ର ରାଜ୍ୟପାଳ । ଆଉ ତା’ ପରଠୁ ଆରମ୍ଭ ହେଲା କ୍ଷମତାର ଖେଳ । ମୁମ୍ବାଇରୁ ଦିଲ୍ଲୀ ଚାଲିଲା ମାରାଥନ୍‌ ବୈଠକ। ମାତୋଶ୍ରୀରେ ମାନସମନ୍ଥନ ଚାଲିଥିଲା, ସେପଟେ କଂଗ୍ରେସ ଚଳାଇଥିଲା କସରତ । ଏନ୍‌ସିପି ବି କୋର୍‌ କମିଟି ବୈଠକରେ ବିଚାରବିମର୍ଶ ଚଳାଇଥିଲା । କଂଗ୍ରେସର ନିଷ୍ପତ୍ତି ଅପେକ୍ଷାରେ ରହିଲା ଏନ୍‌ସିପି । ବଲ୍‌ କଂଗ୍ରେସ କୋର୍ଟରେ ରହିଲା। ଏହା ଭିତରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାରଙ୍କୁ ଭେଟିଲେ ଉଦ୍ଧବ ଠାକ୍‌ରେ। ସମର୍ଥନ ନେଇ ସୋନିଆଙ୍କ ସହ ଫୋନ୍‌ରେ କଥା ହେଲେ। କିନ୍ତୁ ପତା ଖୋଲିଲାନି କଂଗ୍ରେସ। ଶିବସେନାକୁ ସମର୍ଥନ ନେଇ ସ୍ପଷ୍ଟ ସନ୍ଦେଶ ଦେଲାନି । ଏହାପରେ ସଂଧ୍ୟାରେ ରାଜଭବନରେ ପହଞ୍ଚିଲେ ଆଦିତ୍ୟ ଠାକ୍‌ରେ। ଲାଗୁଥିଲା, ଯେମିତି ମହାରାଷ୍ଟ୍ର ମହାନାଟକର ଚାଲିଛି କ୍ଲାଇମାକ୍ସ ସିନ୍‌। ନୂଆ ସରକାର ନେଇ ଯେକୈାଣସି ମୁହୂର୍ତ୍ତରେ ଘୋଷଣା ହେବ। ହେଲେ ସବୁ ବାଜି ଓଲଟିଗଲା। ଶିବସେନା ସମର୍ଥନପତ୍ର ଜମା କରି ନ ପାରିବାରୁ ଏନ୍‌ସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ ରାଜ୍ୟପାଳ । ଦାବି ରଖିବାକୁ ୨୪ ଘଣ୍ଟା ସମୟ ମାଗିଲା ଏନ୍‌ସିପି। ୧୦ଘଣ୍ଟାର କ୍ଷମତା ଯ଼ୁଦ୍ଧରେ ଫଳାଫଳ ଅମୀମାଂସିତ ରହିଲା।…

ବିଜେପି ଓ ଶିବସେନାକୁ ଜନାଦେଶ ମିଳିଥିଲା। ନିର୍ବାଚନ ଜିତିବା ପରେ ପରସ୍ପରକୁ ଲଡୁ ଖୁଆଇଥିଲେ ବିଜେପି ଓ ଶିବସେନା ନେତା । ହେଲେ କ୍ଷମତା ନିଶା ସବୁ ଓଲଟପାଲଟ କରିଦେଲା। ପରସ୍ପର ବିରୋଧରେ ଠିଆ ହେଲେ ଦୁଇ ଦଳ। ଦେବେନ୍ଦ୍ର ଫଡ୍‌ନାବିସଙ୍କ ସିଂହାସନକୁ ବେଶ୍‌ ହାଲ୍‌କାରେ ଖସାଇ ନେଲେ ଉଦ୍ଧବ ଠାକ୍‌ରେ। ଭାଙ୍ଗିଲା 30 ବର୍ଷର ସଂପର୍କ। କେନ୍ଦ୍ର ମନ୍ତ୍ରିପଦ ଛାଡ଼ିଲେ ଶିବସେନା ନେତା ଅରବିନ୍ଦ ସାଓ୍ୱନ୍ତ । ରାସ୍ତା ଅଲଗା ହେଲା, ହେଲେ ନୂଆ ରାସ୍ତାରେ ଚାଲିବା ବି ସହଜ ହେଲାନି। ଏବେ ଏନ୍‌ସିପି ପାଖରେ ନା ମୁଖ୍ୟମନ୍ତ୍ରୀ ପଦର ଜିଦ୍‌ ଛାଡ଼ି ପାରିବ ଶିବସେନା, ନା ବିଜେପି ପାଖକୁ ଫେରିବାର ସମ୍ମାନଜନକ ବିକଳ୍ପ ଅଛି ।… ')}

Leave a Reply