କାର୍‌କୁ ପଛରୁ ପିଟି ଢାବା ଉପରେ ଚଢ଼ିଗଲା ଟ୍ରକ, ଦୁର୍ଘଟଣାରେ ୧୦ ମୃତ

1 min read

ମୁମ୍ବାଇ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶିରପୁର ତାଲୁକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର୍‌କୁ ପଛରୁ ପିଟିଲା ଟ୍ରକ । ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଯାଞ୍ଚରେ ଟ୍ରକର ବ୍ରେକ୍ ଫେଲ୍ ଯୋଗୁ ଦୁର୍ଘଟଣା ହୋଇଛି ବୋଲି କୁହାଯାଉଛି । ମୁମ୍ବାଇ-ଆଗ୍ରା ଏକ୍ସପ୍ରେସ ହାଇଓ୍ବରେ ଦୁର୍ଘଟଣା ହୋଇଛି । ଟ୍ରକର ବ୍ରେକ୍ ଫେଲ୍ ହେବା ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଗୋଟିଏ କାର୍ ଓ ଦୁଇଟି ମଟର ସାଇକେଲ୍ ଉପରେ ମାଡିଯାଇଥିଲା । ପରେ ରାସ୍ତା କଡରେ ଥିବା ଏକ ଢାବା ଭିତରକୁ ପଶିଯାଇଥିଲା ଟ୍ରକ୍‌ । ମର୍ମନ୍ତୁଦ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଗୁରୁତର ଭାବେ ଆହତ ହୋଇଛନ୍ତି । ପୁଲିସ ଓ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଶିରପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।