ଭଦ୍ରକ ଓ ଯାଜପୁରରେ ଚିହ୍ନଟ ୧୦ କରୋନା ଆକ୍ରାନ୍ତଙ୍କ ‘ବଙ୍ଗଳା’ ଲିଙ୍କ୍
1 min readଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ାଉଛି ପଶ୍ଚିମବଙ୍ଗ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୦ ଜଣ ନିକଟରେ ପଶ୍ଚିମବଙ୍ଗ ଯାଇଥିବା ଜଣାପଡ଼ିଛି । ବଡ଼କଥା ହେଉଛି ୧୦ ଜଣଙ୍କ ମଧ୍ୟରୁ ୫ ଜଣ ଭଦ୍ରକର ଓ ଅନ୍ୟ ୫ ଜଣ ଯାଜପୁର ଜିଲ୍ଲାର । ସମସ୍ତେ ପଶ୍ଚିମବଙ୍ଗରୁ ଫେରଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
10 persons of Bhadrak and Jajpur districts with travel history to West Bengal have tested positive for COVID-19 during last 24 hours. All with travel history to WB during last 28 days are requested to inform the local Sarpanch, BDO/Tahasildar and quarantine themselves at home.
— H & FW Dept Odisha (@HFWOdisha) April 20, 2020
ଯଦି ରାଜ୍ୟର କେହି ବି ବ୍ୟକ୍ତି ବିଗତ ୨୮ ଦିନ ମଧ୍ୟରେ ପଶ୍ଚିମବଙ୍ଗ ଯାଇଛନ୍ତି । ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେଇଛି । ଏଥିସହ ସେମାନେ ସରପଞ୍ଚ, ବିଡିଓ କିମ୍ବା ତହସିଲଦାରଙ୍କୁ ଜଣାଇବାକୁ କୁହାଯାଇଛି । ରାଜ୍ୟର ମୋଟ ୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି । ଏକ ତୃତୀୟାଂଶ ସଂକ୍ରମିତ ପଶ୍ଚିମବଙ୍ଗରୁ ଆସିଥିବା କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ୍ ବାଗଚୀ ସୂଚନା ଦେଇଛନ୍ତି ।
ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ
ଯାଜପୁର ଜିଲ୍ଲାରେ ଚିହ୍ନଟ ୫ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଯାଜପୁର ବ୍ଲକର ହୋଇଥିବା ବେଳେ ଜଣେ କୋରେଇ ଓ ଅନ୍ୟ ଜଣେ ଦଶରଥପୁର ବ୍ଲକର । ସମସ୍ତେ କୋଲକାତାରେ ଶ୍ରମିକ ଭାବେ କାମ କରୁଥିଲେ । ହାୱଡ଼ା ଓ ବାରାବଜାର ଅଞ୍ଚଳରେ ରହୁଥିଲେ ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
Patient Details of #Covid19 #Odisha (Bhadrak)
Case No: 62, 63, 64, 65 & 66Age: 48 Yrs Male, 55 Yrs Male, 57 Yrs Male, 58 Yrs Male & 66 Yrs Male
Contact tracing and followup action is being done. pic.twitter.com/ls0AobcHLf
— I & PR Department, Odisha (@IPR_Odisha) April 20, 2020
ନଜର ପକାନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କେତେ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଜିଲ୍ଲା | ଆକ୍ରାନ୍ତ | ସୁସ୍ଥ | ମୃତ |
ଖୋର୍ଦ୍ଧା | ୪୬ | ୧୭ | ୦୧ |
ଭଦ୍ରକ | ୦୮ | ୦୨ | ୦୦ |
ଯାଜପୁର | ୦୭ | ୦୧ | ୦୦ |
ବାଲେଶ୍ୱର | ୦୩ | ୦୦ | ୦୦ |
ସୁନ୍ଦରଗଡ଼ | ୦୩ | ୦୧ | ୦୦ |
କେନ୍ଦ୍ରାପଡ଼ା | ୦୨ | ୦୦ | ୦୦ |
କଳାହାଣ୍ଡି | ୦୨ | ୦୧ | ୦୦ |
କଟକ | ୦୧ | ୦୧ | ୦୦ |
ପୁରୀ | ୦୧ | ୦୧ | ୦୦ |
ଢେଙ୍କାନାଳ | ୦୧ | ୦୦ | ୦୦ |
ମୋଟ | ୭୪ | ୨୪ | ୦୧ |