ଭୁବନେଶ୍ୱରେ ପହଞ୍ଚିଲା ରାଜ୍ୟ ସରକାର କିଣିଥିବା ଟିକା: ମେ’ ୩ରୁ ଆରମ୍ଭ ହେବ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ

1 min read

ଭୁବନେଶ୍ୱର: ଟିକାକରଣ ନେଇ ଖୁସି ଖବର । ଭୁବନେଶ୍ୱରରେ ପହଞ୍ଚିଲା ଦେଢ଼ ଲକ୍ଷ କରୋନା ଟିକା । ରାଜ୍ୟ ସରକାର ଟିକା ଉତ୍ପାଦନକାରୀ କମ୍ପାନୀକୁ ଦେଇଥିବା ଅର୍ଡରର ପ୍ରଥମ କନ୍‌ଷ୍ଟାଇଣ୍ଟମେଣ୍ଟ ଭୁବନେଶ୍ୱରରେ ପହଞ୍ଚିଛି । ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ପହଞ୍ଚିଛି । ମଇ ୧ ତାରିଖରୁ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବାକୁ ଥିଲା । କିନ୍ତୁ ରାଜ୍ୟରେ ଏଥିଲାଗି ଆବଶ୍ୟକ ପରିମାଣର ଟିକା ନଥିବାରୁ ଟିକାକରଣ ନେଇ ଅନିଶ୍ଚିତତା ଦେଖାଦେଇଥିଲ । ଏଭଳି କି ମଇ ୧ରୁ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ହାେଇପାରିବ ନାହିଁ ବୋଲି ଶୁକ୍ରବାର ସାମ୍ୱାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ କହିଥିଲେ । ଆବଶ୍ୟ  ଶନିବାର ଓ ରବିବାର ସଟ୍‌ଡାଉନ୍ ମଧ୍ୟ ଏହାର ଅନ୍ୟ ଏକ କାରଣ ଥିଲା । କିନ୍ତୁ ଆଜି ଟିକା ପହଞ୍ଚିବା ପରେ ରାଜଧାନୀ ଭୁବନେଶ୍ୱରେ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ମଇ ୩ରୁ ହେବା ନିଶ୍ଚିତ ହୋଇଛି । ତେବେ ଏବେ ମଧ୍ୟ ରାଜ୍ୟର ଅନ୍ୟ ସ୍ଥାନରେ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ରାଜ୍ୟ ସରକାରଙ୍କ ଅର୍ଡର ପ୍ରଥମ ଆସାଇମେଣ୍ଟ ରାଜ୍ୟରେ ପହଞ୍ଚିିଥିବା ବେଳେ ପର୍ଯ୍ୟାୟ କ୍ରମେ ଆଗକୁ ମଧ୍ୟ ଟିକା ମିଳିପାରିବ ବୋଲି ଆଶା କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ‘ରାଜ୍ୟରେ ରେମଡିସିଭିର ଓ ଫାବିଫିରାବିର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ଅଛି’

Leave a Reply