ସ୍ବାମୀ-ସ୍ତ୍ରୀ କଳିର କରୁଣ ପରିଣତି: ସ୍ବାମୀଙ୍କ ବୋମାମାଡ଼ରେ ଉଡିଗଲା ତିନି ଘରର ଛପର

ଦିଗପହଣ୍ଡି: ଉଗ୍ର ହେଲା ସ୍ବାମୀ ସ୍ତ୍ରୀ କଳି । ସ୍ବାମୀର ବୋମାମାଡ଼ରେ ଉଡିଗଲା ତିନି ଘରର ଛପର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିିଲ୍ଲା ଦିଗପହଣ୍ଡି ଥାନା କୁଶପଡା ଗାଁରେ। ଏହି ଗାଁରେ ସୁରେନ୍ଦ୍ର ଦୋରା ଏବଂ ତାଙ୍କ ସ୍ତ୍ରୀ ଭଡା ଘରେ ରହି ଆସୁଥିଲେ । କୌଣସି କାରଣ ଯୋଗୁଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ପରେ ସୁରେନ୍ଦ୍ର ସ୍ତ୍ରୀକୁ ବମ ପକାଇ ଉଡେଇ ଦେବାକୁ ଧମକ ଦେଉଥିଲେ । ସ୍ତ୍ରୀ ଘରେ ନଥିବା ବେଳେ ସ୍ଵାମୀ ଘର ଉପରକୁ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି । ବୋମାମାଡ଼ରେ ବାବୁ ସାହୁ, ଅନିଲ ସାହୁ ଓ ଦଣ୍ଡପାଣି ସାହୁଙ୍କ ତିନିଟି ଘର ଭାଙ୍ଗିଯାଇଛି । ଘରର ଛାତ ଉଡି ଯାଇଥିବା ବେଳେ ପଡୋଶୀଙ୍କ କାନ୍ଥ ମଧ୍ୟ ଭାଙ୍ଗିଥିବା ଦେଖିବାକୁ ମିଳିଛି । ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରେନ୍ଦ୍ରକୁ ଅଟକ ରଖି ତଦନ୍ତ ଚଳାଇଛି ।.