ମହିଳାଙ୍କୁ ହତ୍ୟା ଅଭିଯୋଗ ପରେ ହଟହଟା ଲୋକେ, ମଶାଣିରୁ ଶବ ଉଠାଇନେଲା ପୋଲିସ…

ରାଜନଗର : ମହିଳାଙ୍କୁ ହତ୍ୟା ଅଭିଯୋଗ ପରେ ହଟହଟା ଲୋକେ। ଶବ ସତ୍କାର ପାଇଁ ଯାଉଥିବାବେଳେ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଥାନା ସମ୍ମୁଖରେ ଅଟକିଲା ଶବ। କେନ୍ଦ୍ରାପଡ଼ା ରାଜନଗରର ଏ ଘଟଣା। ଘଣ୍ଟାକରୁ ଅଧିକ ସମୟ ଧରି ଶବକୁ ନେଇ ଛିଡ଼ା ହେବା ପରେ ପ୍ରତିବାଦ କରିବାରୁ ଛାଡିଥିଲା ପୋଲିସ। ହେଲେ ପରେ ସତ୍କାର ପାଇଁ ଶବ ମଶାଣିରେ ପହଁଚିବା ପରେ ମଶାଣିରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ହତ୍ୟା ଅଭିଯୋଗ ଆସିବାରୁ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।କେନ୍ଦ୍ରାପଡ଼ା ରାଜନଗରର ଦୀପକ ପରିଡାଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ। ୬ ଦିନ ତଳେ ପରିବାର ଲୋକେ ତାଙ୍କୁ ରାଜନଗର ମେଡିକାଲ ନେଇଥିଲେ | ସୁଭଦ୍ରାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ନିଆଯାଇଥିଲା ଶନିବାର ରାତିରେ ତାଙ୍କର ମୃତ ଶିଶୁ ଜନ୍ମ ହେବା ପରେ ସୁଭଦ୍ରାଙ୍କୁ ଆଇସିୟୁକୁ ନିଆଯାଇଥିଲା।ଗତକାଲି ଦିନ ପ୍ରାୟ ୧ ଘଟିକା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ସୁଭଦ୍ରାଙ୍କ ମରଶରୀରଙ୍କୁ ରାଜନଗର ଅଣାଯାଇଥିଲା। ବନ୍ଧୁ ପରିଜନ ଆସିବା ପରେ ଶବ ସତ୍କାର ପାଇଁ ରାଜନଗର ମଶାଣିକୁ ନିଆଯାଉଥିଲା। ରାଜନଗର ଥାନା ବାଟ ଦେଇ ଶବ ସତ୍କାର ପାଇଁ ଯାଉଥିବା ବେଳେ ପୋଲିସ ଶବ ଅଟକାଇଥିଲା। ମୃତ ମହିଳାଙ୍କ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିବା ପରେ ମଶାଣିରୁ ଶବ ଜବତ କରିଛି ପୋଲିସ।