ବିଶିଷ୍ଟ ବଲିଉଡ୍ ଅଭିନେତା ଟିକୁ ତଲସାନିୟାଙ୍କୁ ବ୍ରେନ ଷ୍ଟ୍ରୋକ, ମେଡିକାଲରେ ଭର୍ତ୍ତି
ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଖବର । ବିଶିଷ୍ଟ ଅଭିନେତା ଟିକୁ ତଲସାନିୟା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଟିକୁଙ୍କ ସ୍ବାସ୍ଥ୍ୟ ବିଷୟରେ ତାଙ୍କର ଝିଅ ଶିଖା ତଲସାନିୟା ଏକ ପୋଷ୍ଟ ଶେୟାର କରିଛନ୍ତି । ବଲିଉଡ ଓ ଟିଭି ଜଗତର ଜଣେ ଜଣାଶୁଣା ଚେହେରା ଭାବେ ପରିଚିତି ହାସଲ କରିଥିବା ଟିକୁ କିଛିଦିନ ତଳେ ମେଡିକାରେ ଆଡମିଟ୍ ହୋଇଥିବା ଜଣାପଡ଼ିଛି । ଟିକୁଙ୍କୁ ହାର୍ଟ ଆଟାକ ଆସିବା କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା କୁହାଯାଇଥିଲା । ମାତ୍ର ଟିକୁ ବ୍ରେନ ଷ୍ଟ୍ରୋକର ଶିକାର ହୋଇଥିବା ତାଙ୍କର ପତ୍ନୀ ଦୀପ୍ତି ତଲସାନିୟା କହିଛନ୍ତି । ଟିକୁଙ୍କ ଶାରୀରିକ ଅସୁସ୍ଥତା ଖବର ଶୁଣି ତାଙ୍କର ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଖେଳିଯାଇଛି । ଇନଷ୍ଟାଗ୍ରାମର ଅଭିନେତାଙ୍କ ଝିଅ ଶେୟାର କରିଥିବା ପୋଷ୍ଟରେ ଲେଖିଛନ୍ତି, ତାଙ୍କ ବାପାଙ୍କ ସ୍ବାସ୍ଥ୍ୟ ଏବେ ଠିକ୍ ଅଛି ଓ ସେ ଖୁବଶୀଘ୍ର ପରଦାକୁ ଫେରିବେ । ଟିକୁଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିବା ସମସ୍ତ ଶୁଭେଚ୍ଛୁଙ୍କୁ ଶିଖା ଧନ୍ୟବାଦ ଦେଇଛନ୍ତି ।