ବଲିଉଡ ଗାୟକ ଜୁବିନ ଗର୍ଗଙ୍କ ଦୁଃଖଦ ବିୟୋଗ : ସିଙ୍ଗାପୁରରେ ସ୍କୁବା ଡାଇଭିଂ ଦୁର୍ଘଟଣାରେ ଚାଲିଗଲା ପ୍ରାଣ

ନନ୍ଦିଘୋଷ ବ୍ୟୁରୋ : ପ୍ରଖ୍ୟାତ ବଲିଉଡ ଗାୟକ ଜୁବିନ ଗର୍ଗଙ୍କ ଦୁଃଖଦ ବିୟୋଗ। ସିଙ୍ଗାପୁରରେ ସ୍କୁବା ଡାଇଭିଂ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜୁବିନ। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା। ସିଙ୍ଗାପୁରରେ ଆୟୋଜିତ ଉତ୍ତରପୂର୍ବ ମହୋତ୍ସବରେ ଯୋଗଦେବାକୁ ଯାଇଥିବା ଜୁବିନଙ୍କ ମୃତ୍ୟୁ ବଲିଉଡରେ ଶୋକର ଛାୟା ଖେଳାଇଦେଇଛି। ସ୍କୁଭା ଡାଇଭିଂ ବେଳେ ସେ ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କୁ ସମୁଦ୍ରରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଏହି ଉତ୍ସବ ପାଳନ ହେବାର ଥିଲା। ମାତ୍ର ତା ପୂର୍ବରୁ ଆରପାରିକୁ ଚାଲିଯାଇଛନ୍ତି ଜୁବିନ। ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ବହୁ ନେତା ଓ ତାରକା। ସେ ଆସାମୀ, ବଙ୍ଗାଳୀ ଓ ହିନ୍ଦି ଭାଷାରେ ଗୀତ ପରିବେଷଣ କରୁଥିଲେ।