ପତିଙ୍କୁ ପତ୍ନୀ ’ନଟୁ’ ପରି ନଚାଇବା ଅନୁଚିତ, ବୈବାହିକ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ଏକ ବୈବାହିକ ବିବାଦର ଶୁଣାଣି କରିବା ଅବସରରେ ସର୍ବୋଚ୍ଚ ଅଦାଲତ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ପତିଙ୍କୁ ପତି ’ନଟୁ’ ପରି ନଚାଇବା ଅନୁଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପାରିବାରିକ କଳହ କାରଣରୁ ଶିଶୁମାନେ ସବୁଠାରୁ ବେଶି କ୍ଷତି ସହିଥାନ୍ତି । ତେଣୁ ପତି-ପତ୍ନୀ ଉଭୟଙ୍କୁ ନିଜର ଅହଙ୍କାରକୁ ପରିହାର କରି ପିଲାଙ୍କ ଭବିଷ୍ୟତକୁ ପ୍ରାଥମିକତା ଦେବା ଉଚିତ । ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଆର. ମହାଦବନଙ୍କ ବେଞ୍ଚ ସମ୍ମୁଖରେ ଏକ ସରକାରୀ ଦମ୍ପତିଙ୍କ ମାମଲା ଆସିଥିଲା । ପତି ଦିଲ୍ଲୀ ରେଲଓ୍ବେରେ କାର୍ଯ୍ୟରତ ଥିବା ବେଳେ ପତ୍ନୀ ପାଟନା ରିଜର୍ଭ ବ୍ୟାଙ୍କରେ ଚାକିରି କରନ୍ତି ।

୨୦୧୮ରେ ଦମ୍ପତିଙ୍କର ବିବାହ ହୋଇଥିବା ବେଳେ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ଜଣେ ୫ ବର୍ଷର ଝିଅ ଓ ଅନ୍ୟ ଜଣେ ୩ ବର୍ଷର ପୁଅ । ୨୦୨୩ ଠାରୁ ଉଭୟେ ଅଲଗା ରହୁଛନ୍ତି । ସେ ଶ୍ବଶୂର ଘରେ ରହିବାକୁ ଚାହାନ୍ତି ନାହିଁ ବୋଲି ପତି କହିଛନ୍ତି । ଅନ୍ୟପକ୍ଷରେ ପତି ଓ ତାଙ୍କ ପରିବାର ତରଫରୁ ପତିଙ୍କ ବିରୋଧରେ ମକଦ୍ଦମା ଦାୟର କରାଯାଇଛି । ପତି-ପତ୍ନୀଙ୍କ ମଧ୍ୟ ବିବାଦ ବଢ଼ିବା କାରଣରୁ ସେମାନଙ୍କର ସନ୍ତାନମାନେ ମଧ୍ୟ ମାନସିକ ଚାପରେ ରହିଛନ୍ତି । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଉଭୟପକ୍ଷଙ୍କୁ ବୁଝାଇବାକୁ ପ୍ରୟାସ କରାଯାଇଥିଲା ।