ଚିଙ୍ଗୁଡ଼ି ଖାଇବା ମହିଳାଙ୍କ ପାଇଁ ମହଙ୍ଗା ପଡ଼ିଲା

ନନ୍ଦିଘୋଷ ବ୍ୟୁରୋ : ସୋସିଆଲ ମିଡିଆରେ ସକ୍ରିୟ ଥିବା ଲୋକମାନେ ଭଲ ଭାବରେ ଜାଣିଥିବେ ଯେ ଏଠାରେ ପ୍ରତିଦିନ କିଛି ନୂଆ ଜିନିଷ ଦେଖିବାକୁ ମିଳିଥାଏ। ସେଗୁଡ଼ିକୁ ଦେଖିବା ପରେ, କେତେବେଳେ ଆମେ ଆଶ୍ଚର୍ଯ୍ୟ ହୋଇଯାଉ, କେତେବେଳେ ଆମେ ଏପରି ଭିଡିଓ ଦେଖୁ ଯାହାକୁ ଦେଖିବା ପରେ ଆମେ ଆମର ହସକୁ ନିୟନ୍ତ୍ରଣ କରିପାରିନଥାଉ । ଏମିତି କିଛି ଭିଡିଓ ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ମହିଳା ଉତ୍ସାହର ସହିତ ଚିଙ୍ଗୁଡ଼ି ଖାଇବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ସହିତ ଘଟିଥିବା ଘଟଣା ଦେଖି ଲୋକମାନେ ବହୁତ ହସିଥିଲେ ।

ଅନେକ ଲୋକ ଅଛନ୍ତି ଯେଉଁମାନେ ସାମୁଦ୍ରିକ ଖାଦ୍ୟ ଖାଇବାକୁ ବହୁତ ପସନ୍ଦ କରନ୍ତି। ଏଥିପାଇଁ ସେମାନେ ଗୋଟିଏ ପରେ ଗୋଟିଏ ଭଲ ଭଲ ରେଷ୍ଟୁରାଣ୍ଟ ବାଛିଥାନ୍ତି । ଯେଉଁଠାରେ ସେମାନଙ୍କୁ ଭଲ ଖାଦ୍ୟ ଖାଇବାକୁ ମିଳେ। ହେଲେ ଏହି ମହିଳାଙ୍କୁ ଏହି ସଉକ ମହଙ୍ଗା ମହଙ୍ଗା ପଡିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି  ମହିଳା ଜଣକ ରେଷ୍ଟୁରାଣ୍ଟ ଟେବୁଲରେ ବସି ଏକ ଜୀବନ୍ତ ଚିଙ୍ଗୁଡ଼ି ଖାଇବା ପାଇଁ ଚେଷ୍ଟା କରୁଥିଲେ। ଲହା ତଳେ ପଡିଯିବାରୁ ସେ ଚପଷ୍ଟିକ୍ ସାହାଯ୍ୟରେ ସେହି ଚିଙ୍ଗୁଡ଼ିକୁ ଉଠାଇବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ଚିଙ୍ଗୁଡ଼ି ତାଙ୍କୁ ଏକ ଶିକ୍ଷା ଦିଇଥିଲା  । ଚିଙ୍ଗୁଡ଼ିଟି ମହିଳାଙ୍କ ହାତକୁ ଏତେ ଜୋରରେ କାମୁଡ଼ି ଥିଲା ମହିଳା କଷ୍ଟରେ ଚିତ୍କାର କାରିବା ଆରମ୍ଭ କରିଥିଲେ ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ହଜାର ହଜାର ଲୋକ ଏହାକୁ ଦେଖିବା ସହ  କମେଣ୍ଟ କରି ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ ଏହି ମହିଳା ପରବର୍ତ୍ତୀ ସମୟରୁ କେବେ ଚିଙ୍ଗୁଡି ଖାଇବେ ନାହିଁ। ଅନ୍ୟ ଜଣେ ଲେଖିଛନ୍ତି ଯେ ସାମୁଦ୍ରିକ ଖାଦ୍ୟ ଖାଇବାର ସମସ୍ତ କ୍ରେଜ୍ ଚାଲିଗଲା ।  ଆଉ ଜଣେ ଭିଡିଓରେ କମେଣ୍ଟ କରି ଲେଖିଛନ୍ତି ଯେ ମହିଳା ଜଣକ ଯେପରି ଯନ୍ତ୍ରଣା ଅନୁଭବ କରୁଛନ୍ତି, ତାହା ବୁଝାପଡୁଛି ଯେ ଚିଙ୍ଗୁଡି ତାଙ୍କୁ ବହୁତ ଜୋରରେ କାମୁଡ଼ିଛି।