ଓଡ଼ିଶାର ପ୍ରସଙ୍ଗକୁ ପ୍ରାଥମିକତା ଦେଇ ସଂସଦ ଘେରାଉ କରିବ କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ପ୍ରସଙ୍ଗକୁ ପ୍ରାଥମିକତା ଦେଇ ସଂସଦ ଘେରାଉ କରିବ କଂଗ୍ରେସ । ଆସନ୍ତା ୨୧ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ ସଂସଦ ଘେରାଉ କରିବ କଂଗ୍ରେସ । ଘେରାଉ ବେଳେ ଓଡିଶା ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା । ଓଡି଼ଶାରେ ସିଷ୍ଟମ ପୂରା ଫେଲ । ତେଣୁ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଲାଗୁ ହେଉ ବୋଲି ଜାତୀୟ ମହିଳା କଂଗ୍ରେସ ସଭାପତି ଅଳକା ଲମ୍ବା ଦାବି କରିଛନ୍ତି। ରାହୁଲ ଗାନ୍ଧୀ ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଦୁଇ ଦିନ ହେବ ଲଗାତର ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କରି ଆସୁଛନ୍ତି । ପୂର୍ବରୁ କଂଗ୍ରେସ ବିଧାୟକମାନେ ମହିଳା ସୁରକ୍ଷା ପାଇଁ ଆଲୋଚନା କରିବାକୁ ଦାବି କରିବାରୁ ସେମାନଙ୍କୁ ବିଧାନସଭାରୁ ବାହାର କରିଦେଲେ।

ଏବେ ପୁଣି ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆ ଯାଉଥିଲା। ସେ ସମସ୍ତଙ୍କୁ ଜଣାଇ ଥିଲା। ହେଲେ ସରକାର ନୀରବ ଥିଲେ। ଓଡିଶା ମହିଳାଙ୍କ ପାଇଁ ଏବେ ମୃତ୍ୟୁ କୂପ ସାଜିଛି। ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ, ସାଂସଦ, ବିଧାୟକ ସବୁ ଜାଣି ସୁଦ୍ଧ ଚୁପ ଥିଲେ। ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲେ। ଓଡିଶାରେ ଚାଳିଶ ହଜାର ମହିଳା ନିଖୋଜ। ଓଡ଼ିଶାରେ ନାରୀ ନିର୍ଯାତନା ମାମଲା ସାରା ଦେଶକୁ ହଲାଇ ଦେଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ସମେତ ନଅ ବିଜେପି ଶାସିତ ରାଜ୍ୟରେ ମହିଳା ଅତ୍ୟାଚାର ବଢିଛି। ଓଡିଶାରେ ପୁଲିସ କାର୍ଯ୍ୟାନୁଷ୍ଠାନ କରିବାକୁ ଡରୁଛି। ରାଜନୈତିକ ହସ୍ତକ୍ଷେପ ବଢିଛି। ପୁଲିସ ଉପରେ ଚାପ ବଢିଛି। ତେଣୁ ପ୍ରତି ଜିଲ୍ଲା, ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯିବ ମହିଳା କଂଗ୍ରେସ । ନାରୀକୁ ସୁରକ୍ଷା ମିଳିବା ଯାଏ ଲଢ଼ିବ। ସଡ଼କରୁ ସଂସଦ ଯାଏ ଲଢେ଼ଇ ହେବ। ଓଡିଶା ବନ୍ଦ ଡାକରାକୁ ସମସ୍ତେ ସମର୍ଥନ କରନ୍ତୁ। ଘରୁ ବାହାରନ୍ତୁ ବୋଲି ଲୋକଙ୍କୁ ଅପିଲ କରିଛନ୍ତି ଅଳକା ।