ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ କେଉଁ ଖେଳାଳିମାନଙ୍କୁ ମିଳିବ ସ୍ଥାନ?
1 min read
ଆସନ୍ତା ୨୦ ତାରିଖରୁ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ଦୁଇ ଟିମ ମଧ୍ୟରେ ପ୍ରଥମ ଟେଷ୍ଟ ଲିଡ୍ସରେ ଖେଳାଯିବ । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଭାରତୀୟ ଟିମ୍ କେଉଁ ପ୍ଲେଇଂ-୧୧କୁ ନେଇ ପଡ଼ିବାକୁ ଓହ୍ଲାଇବ । ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଟିମ୍ ଇଣ୍ଡିଆର ବୋଲିଂ ଲାଇନଅପକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଆକାଶ ଚୋପ୍ରାଙ୍କ ମୁତାବକ, ଶାର୍ଦୁଲ ଠାକୁରଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚରେ ୮ ନମ୍ବରରେ ଖେଳିବାକୁ ସୁଯୋଗ ଦେବା ଉଚିତ । ଏଥିସହିତ ଚୋପ୍ରା ନିଜର ବେଷ୍ଟ ପ୍ଲେଇଂ-୧୧ ବିଷୟରେ ମଧ୍ୟ କହିଛନ୍ତି ।
ଚୋପା ନିଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଶେୟାର କରି କହିଛନ୍ତି, ଯଦି କରୁଣ ନାୟର ୬ ନମ୍ବରରେ ବ୍ୟାଟିଂ କରନ୍ତି, ତେବେ ୭ରେ ରବିନ୍ଦ୍ର ଜାଡେଜାଙ୍କୁ ରଖାଯିବ । ଜାଡେଜାଙ୍କୁ ୭ ନମ୍ବରରେ ବ୍ୟାଟିଂ କରିବାକୁ ଦେବା ଉଚିତ । ୮ରେ ଠାକୁରଙ୍କୁ ରଖିପାରିବେ, କାରଣ ସେ ଇନଷ୍ଟ୍ରା-ସ୍କ୍ବାଡ ମ୍ୟାଚରେ ମଧ୍ୟ କମାଲ ପ୍ରଦର୍ଶନ କରିଥିଲେ । ଯଦି ଠାକୁର ୮ରେ ଖେଳନ୍ତି, ତେବେ ଟିମ୍ ଇଣ୍ଡିଆ ପାଇଁ ଗୋଟିଏ ଦିନରେ ୧୭ରୁ ୧୮ ଓଭର ବୋଲିଂ କରିପାରିବେ । ଇନଷ୍ଟ୍ରା-ସ୍କ୍ବାଡରେ ଠାକୁର ଭଲ ପ୍ରଦର୍ଶନ କରି ୧୨୨ ରନ୍ ସଂଗ୍ରହ କରିଥିଲେ ।
ଚୋପ୍ରାଙ୍କ ସମ୍ଭାବ୍ୟ ପ୍ଲେଇଂ-୧୧: ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ସାଈ ସୁଦର୍ଶନ, ଶୁଭମନ ଗିଲ, ଋଷଭ ପନ୍ତ, କରୁଣ ନାୟର, ରବିନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।