ଆଉ ଦୁଇ ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ

ଆଉ ଦୁଇ ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଗାଁ ଠୁ ସହର ଚଳଚଞ୍ଚଳ ହୋଇପଡିଥିବା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଦେଖିବାକୁ ମିଳିଛି ବେଶ ଉତ୍ସାହ । ମହିଳାମାନେ ଘର ଲିପାପୋଛା କରୁଥିବା ବେଳେ ଲୁଗା ଦେକାନ, ପରିବା ହାଟରେ ଲୋକଙ୍କ ପ୍ରବଳ ଗହଳି । ଗ୍ରାମଦେବୀଙ୍କ ପାଖରେ ନୂଆ ଧାନ ପୂଜାର୍ଚ୍ଚନା ପରେ ଘରେ ଘରେ ନୂଆ ଧାନ ବାଣ୍ଟିଲେଣି ପୂଜାରୀ । ନୂଆଁଖାଇ ଦିନ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ନୂଆ ଖାଇବେ ସମସ୍ତେ । ସେପଟେ ଦୂରଦୂରାନ୍ତରରେ ଥିବା ଭାଇ ବନ୍ଧୁ ମାନେ ଘରକୁ ଆସିଲେଣି ।
ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ନୂଆଁଖାଇ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏହାର ଭିନ୍ନ ସ୍ଵତନ୍ତ୍ରତା ରହିଛି । ଜିଲ୍ଲାରେ ପାଞ୍ଚ ପର୍ଯ୍ୟାୟରେ ପାଳନ ହୋଇଥାଏ ନୂଆଁଖାଇ । କିମ୍ବଦନ୍ତୀ ଅନୁସାରେ, ଜିଲ୍ଲାରେ ନୂଆଁଖାଇ ସପ୍ତପୁରୀ ଅମବାସ୍ୟା ଠାରୁ ଆରମ୍ଭ ହୋଇ ଦଶହରା ଦଶମୀରେ ଶେଷ ହୁଏ । ଭାଦ୍ରବ ଶୁକ୍ଳ ପକ୍ଷ ପ୍ରଥମୀ ତିଥିରେ କେସିଙ୍ଗା ବ୍ଲକ ପଥର୍ଲା, ବାହାଦୂର ପଦର ଓ ପଲସାପଡା ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ବ ଲୋକେ ନୂଆ ଖାଇଛନ୍ତି ।