spot_img

Latest Posts

ହସ୍ପିଟାଲରେ ନାହାନ୍ତି ଡାକ୍ତର: ANM କରୁଛନ୍ତି ଚିକିତ୍ସା !

କଣ୍ଟାବାଞ୍ଜି: ନାଁ ଆରୋଗ୍ୟ ମନ୍ଦିର କିନ୍ତୁ ଭଲ ହାେଇପାରୁ ନାହାଁନ୍ତି ରୋଗୀ । ନା ଅଛନ୍ତି ଡାକ୍ତର । ନା ଅଛନ୍ତି ଫାର୍ମାସିଷ୍ଟ ANMଙ୍କ ଭରସାରେ ଚାଲିଛି ରୋଗୀସେବା। ଫଳରେ ସ୍ବାସ୍ଥ୍ୟସେବା ଗୁରୁତର ପ୍ରଭାବିତ ହେଉଥିବାବେଳେ ହନ୍ତସନ୍ତ ହେଉଛନ୍ତି ରୋଗୀ ।ସ୍ବାସ୍ଥ୍ୟସେବାର ଏଭଳି ବିକଳ ଚିତ୍ର ସାମ୍ନାକୁ ଆସିଛି ବଲାଙ୍ଗୀର ଭାଲୁମୁଣ୍ଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ । ଏଭଳି ଅବ୍ୟବସ୍ଥା ଯେ ନକହିବା ଭଲ । ସ୍ୱାସ୍ଥ୍ୟକେନ୍ଦ୍ର ଅଛି ହେଲେ ଏମବିବିଏସ ଡାକ୍ତର କି ଫାର୍ମାସିଷ୍ଟ ନାହାନ୍ତି। ଫଳରେ ସ୍ବାସ୍ଥ୍ୟସେବା ଗୁରୁତର ପ୍ରଭାବିତ ହେଉଛି। ହନ୍ତସନ୍ତ ହେଉଛନ୍ତି ରୋଗୀ। ଖାଲି ନାଁକୁ ମାତ୍ର ରହିଛି ଡାକ୍ତରଖାନା । ଏମବିବିଏସ୍ ଡାକ୍ତର ନଥିବାରୁ ସାଧାରଣ ରୋଗର ଚିକିତ୍ସାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ୟା ପାଇଁ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ଯିବାକୁ ପଡୁଛି। ଫାର୍ମାସିଷ୍ଟ ନଥିବାରୁ ଔଷଧ ବଣ୍ଟନ ନେଇ ମଧ୍ୟ ସମସ୍ୟା ଦେଖାଦେଉଛି। ରୋଗୀ ସେବା ଗୁରୁତର ଭାେବ ବ୍ୟାହତ ହାେଇପଡିଛି । ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି ଏଏନଏମ୍ । ଯେତିକି ଜାଣିଛନ୍ତି, ସେତିକିରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଡାକ୍ତର ନଥିବାରୁ ବହୁ ଅସୁବିଧାରେ ପଡୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।ଛୋଟ ରୋଗ ପାଇଁ ମଧ୍ୟ ଦୂର ମେଡିକାଲକୁ ଯିବାକୁ ପଡୁଛି । ତେଣୁ ତୁରନ୍ତ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ପାଇଁ ଦାବି ହୋଇଛି । ପ୍ରଶାସନ ମଧ୍ୟ ଏ ଦିଗରେ ଦୃଷ୍ଟି ଦେବା ନିହାତି ଦରକାର । ତେବେ ଦେଖିବାକୁ ବାକି ରହିଲା ଭାଲୁମୁଣ୍ଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ କେବେ ପୂରଣ ହେଉଛି ଡାକ୍ତର ଓ ଫାର୍ମାସିଷ୍ଟ ପଦ ଏବଂ କେବେ ସ୍ବାଭାବିକ ହେଉଛି ରୋଗୀସେବା ।

 

Latest Posts

Don't Miss